ନୂଆଦିଲ୍ଲୀ: ଏଜିଆର୍ ମାମଲାରେ ଛନ୍ଦି ହୋଇଥିବା ଭୋଡାଫୋନ୍ ଆଇଡିଆର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା ଏବଂ ସିଇଓ ରବିନ୍ଦର ଟକ୍କର ଆଜି ଟେଲିକମ୍ ସଚିବ ଅଂଶୁ ପ୍ରକାଶଙ୍କୁ ଭେଟିଛନ୍ତି। ଏଜିଆର ମାମଲାରେ ସୁପ୍ରିମ୍ କୋର୍ଟ ବିରକ୍ତ ପ୍ରକାଶ କରିବା ପରେ ତୁରନ୍ତ ବାକିଆ ଅର୍ଥ ଦେବା ପାଇଁ ଟେଲିକମ୍ ବିଭାଗ କମ୍ପାନି ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ଭୋଡାଫୋନ ଆଇଡିଆ ଗତକାଲି ୨୫୦୦ କୋଟି ଟଙ୍କା ଜମା କରିଥିବାବେଳେ ଆସନ୍ତା ଶୁକ୍ରବାର ସୁଦ୍ଧା ଆଉ ୧୦୦୦ କୋଟି ଟଙ୍କା ଜମା କରିବ ବୋଲି କହିଛି। ଏହା ସତ୍ତ୍ବେ ସରକାର ଯଦି ବ୍ୟାଙ୍କ ଗ୍ୟାରେଣ୍ଟି ଦେବା ପାଇଁ ଜିଦ୍ ଧରନ୍ତି ତାହେଲେ ଏହା କମ୍ପାନି ଗୁଡ଼ିକ ପାଇଁ ଅସୁବିଧା ସୃଷ୍ଟି ହେବ। ସୁପ୍ରିମ କୋର୍ଟ ଏଜିଆର୍ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାମାସ ୧୭ରେ କରିବେ।
ଏଜିଆର୍ ମାମଲା: ଟେଲିକମ୍ ସଚିବଙ୍କୁ ଭେଟିଲେ ଭୋଡାଫୋନ୍ ଆଇଡିଆ ଅଧ୍ୟକ୍ଷ
/sambad/media/post_attachments/wp-content/uploads/2020/02/fgj54dg597jdg987jdg987j98dg7j8dgjdgjdgjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)