ଏଗ୍ରି ଲିଙ୍କ୍‌ ଫୁଡ୍ ପ୍ରୋସେସିଂ ୟୁନିଟ୍‌ର ଭୂମିପୂଜା

ଭୁବନେଶ୍ବର: ଗତକାଲି କଟକର ରାମଦାସପୁର ଠାରେ ଏଗ୍ରି ଲିଙ୍କ୍‌ ଫୁଡ୍ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍‌ର ନୂତନ ୟୁନିଟ୍‌ର ଭୂମିପୁଜା ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭୂମିପୂଜା କରାଯାଇଥିଲା। କଂପାନିର ପ୍ରତିଷ୍ଠାତା ଲେଫଟନାଣ୍ଟ୍‌ କଲୋନେଲ୍ ଅସିତ ମହାପାତ୍ରଙ୍କ ଦ୍ବାରା ପରିଚାଳିତ ଏହି କଂପାନି ନିକଟରେ ଏହାର ପ୍ରଥମ ଉତ୍ପାଦ ଭାବେ ଫଳରସ ‘ଏହା’କୁ ଉନ୍ମୋଚନ କରିଥିଲା। ଏହା ଏବେ ଲିଚି ଓ ଆମ୍ବ ଭଳି ଦୁଇଟି ସ୍ବାଦରେ ଉପଲବ୍ଧ ହେଉଛି। ଖୁବ୍‌ଶୀଘ୍ର ‘ଏହା’ ମିକ୍ସଡ୍‌ ଫ୍ରୁଟ୍‌, ପିଜୁଳି ଓ ଲେମ୍ବୁ ସ୍ବାଦରେ ଉପଲବ୍ଧ ହେବ। ଭିଟାମିନ ଏ, ସି ଏବଂ ଆଲୋଭେରା ସ୍ବାଦରେ ସମୃଦ୍ଧ ‘ଏହା’ ପାନୀୟ ସାରା ରାଜ୍ୟରେ ଉପଲବ୍ଧ ହେଉଛି। ଏଗ୍ରି ଲିଙ୍କ୍‌ ପକ୍ଷରୁ ବିଭିନ୍ନ ପ୍ରକାର ସାମଗ୍ରୀ ରାଜ୍ୟର କ୍ଷୁଦ୍ର ଏବଂ ବଡ଼ ଉଦ୍ୟାନ ଚାଷୀଙ୍କ ଠାରୁ ସଂଗ୍ରହ କରାଯାଉଛି। କୃଷିଜାତ ଉତ୍ପାଦକୁ ନେଇ ରାଜ୍ୟରେ ଉଭୟ କୁଶଳୀ ଏବଂ ଅଣ କୁଶଳୀ ବ୍ୟକ୍ତିଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି କଂପାନି ପ୍ରୟାସ କରିବ ବୋଲି କହିଛି। କଂପାନି ପକ୍ଷରୁ କୁହାଯାଇଛି ଯେ ଏହା ରାଜ୍ୟର ଉଦ୍ୟାନ କୃଷି କାର୍ଯ୍ୟ କରୁଥିବା ଚ‌ାଷୀମାନଙ୍କ ସହ ଯୋଡ଼ି ହେବାକୁ ଚାହୁଁଛି। ସେମାନଙ୍କ ଉତ୍ପାଦିତ ସାମଗ୍ରୀରେ ଉନ୍ନତି ଆଣି ଜୀବନଜୀବିକା ଉପରେ ସକାରାତ୍ମକ ପ୍ରଭାବ ପକାଇବାକୁ ଏଗ୍ରି ଲିଙ୍କ୍‌ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର