କୁଡ୍ଡାଲୋର୍‌: ଆଗକୁ ଦୀପାବଳି ଆସୁଥିବା ବେଳେ ଆଜି ତାମିଲ୍‌ନାଡୁର ସାପ୍ତାହିକ ବେପ୍ପୁର୍‌ ଛାଗ-ହାଟରେ ଛେଳି ବିକ୍ରି ଦ୍ରୁତ ବୃଦ୍ଧି ପାଇଛି।

Advertisment

ପ୍ରାପ୍ତ ସୂଚନା ଅନୁସାରେ, ଦୀପାବଳି ଅବସରରେ ଆଜି ହାଟ ବସିବାର ପ୍ରଥମ ୪ ଘଣ୍ଟାରେ ୬ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୧୦ ହଜାରରୁ ଅଧିକସଂଖ୍ୟକ ଛେଳି ବିକ୍ରୟ ହୋଇଛି। ଛେଳି ବଜାର ବସେ।

ବେପ୍ପୁର୍‌, ତିଟ୍ଟାକୁଡ଼ି, ବ୍ରିଦ୍ଧାଚଳମ୍‌ ଏବଂ ଆଖପାଖ ଅଞ୍ଚଳର ୫୦ ଖଣ୍ଡ ଗାଁର କୃଷକ ଓ କୃଷିଶ୍ରମିକ ଅତିରିକ୍ତ ଆୟ ପାଇଁ ଛେଳି ପାଳନ କରନ୍ତି। ବିକ୍ରୟ ପାଇଁ ସେମାନେ ଛେଳିଗୁଡ଼ିକୁ ବେପ୍ପୁର୍‌ ପଞ୍ଚାୟତଦ୍ବାରା ପରିଚାଳିତ ଏହି ସାପ୍ତାହିକ ଛାଗ-ହାଟକୁ ଆଣନ୍ତି।

publive-image Image Courtesy of India Today

ଦୀପାବଳି ଆସୁଥିବାରୁ ଆଜି ବହୁସଂଖ୍ୟକ ଛେଳି ବିକ୍ରେତା ପାହାନ୍ତାରୁ ଯାଇ ଛେଳିହାଟରେ ପହଞ୍ଚିଥିଲେ। ସେଠାରୁ ପାଇକାରୀ ଦରରେ ଛେଳି ଖରିଦ କରିବା ତ୍ରିଚି, ମଦୁରାଇ, ଚେନ୍ନାଇ, ପୁଦ୍ଦୁଚେରୀ, ତେନି, ନାଗାପଟ୍ଟିନମ୍‌, ସାଲେମ୍‌, ବିଲ୍ଲୁପୁରମ୍‌ ଏବଂ କଲ୍ଲାକୁରିଚି ଆଦି ଜିଲ୍ଲାରୁ ବ୍ୟବସାୟୀମାନେ ପହଞ୍ଚିଥିଲେ।

ତେଣୁ, ରାତି ୩ଟାରୁ ସକାଳ ୮ଟା, ଏହି ପ୍ରଥମ ଚାରିଘଣ୍ଟା ମଧ୍ୟରେ ୧୦,୦୦୦ରୁ ଅଧିକ ଛେଳି ୬ କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ବିକ୍ରୟ ହୋଇଯାଇଥିଲା।