ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ (ଏଆଇ)କୁ ଚଳିତ ଦଶଦ୍ଧିର ସବୁଠୁ ବଡ଼ ଆବିସ୍କାର ଭାବେ ବର୍ଣ୍ଣନା କରି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ କହିଛନ୍ତି ଯେ ଫୋନ୍ ଓ ଇଣ୍ଟରନେଟ୍ ଯେଉଁଭଳି ବିପ୍ଳବ ଆଣିଥିଲା ଏଆଇ ତାହା ସହ ତୁଳନୀୟ। ସାତ ପୃଷ୍ଠାର ଏକ ନୋଟ୍‌ ଲେଖି ସେ ଜଣାଇଛନ୍ତି ମୋବାଇଲ୍‌ ଫୋନ୍, କମ୍ପ୍ୟୁଟର ଓ ମାଇକ୍ରୋପ୍ରୋସେସର୍‌ର ଆବିସ୍କାର ଭଳି ଏଆଇ ମଧ୍ୟ ମାନବ ଜାତିର ଏକ ମୌଳିକ ଆବିସ୍କାର। ଲୋକମାନେ ଯେଉଁଭଳି କାମ କରୁଛନ୍ତି, ଶିକ୍ଷା ଗ୍ରହଣ କରୁଛନ୍ତି, ସ୍ବାସ୍ଥୃ ସେବା ପାଉଛନ୍ତି ଓ ପରସ୍ପର ସହ ଭାବ ବିନିମୟ କରୁଛନ୍ତି ତାହାକୁ ଏଆଇ ସମ୍ପୂର୍ଣ୍ଣ ବଦଳାଇ ଦେବାର କ୍ଷମତା ରଖିଛି।