୧.୮ କୋଟି ଚାକିରି ପ୍ରତି ଏଆଇ ବିପଦ: ବିନିର୍ମାଣ, ଖୁଚୁରା ଓ ଶିକ୍ଷା କ୍ଷେତ୍ର ପ୍ରଭାବିତ ହେବ

ଆସନ୍ତା ୨୦୩୦ ସୁଦ୍ଧା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଭଳି ପ୍ରଯୁକ୍ତି ପ୍ରାୟ ୧.୮ କୋଟି ଚାକିରିକୁ ପ୍ରଭାବିତ କରିବ। ବିନିର୍ମାଣ, ଖୁଚୁରା ଓ ଶିକ୍ଷା କ୍ଷେତ୍ର ଏହା ଦ୍ବାରା ଅଧିକ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି।

fsfshfshxvbv

Photograph: (thefusioneer.com)

ନୂଆଦିଲ୍ଲୀ: ଆସନ୍ତା ୨୦୩୦ ସୁଦ୍ଧା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଭଳି ପ୍ରଯୁକ୍ତି ପ୍ରାୟ ୧.୮ କୋଟି ଚାକିରିକୁ ପ୍ରଭାବିତ କରିବ। ବିନିର୍ମାଣ, ଖୁଚୁରା ଓ ଶିକ୍ଷା କ୍ଷେତ୍ର ଏହା ଦ୍ବାରା ଅଧିକ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି। ସର୍ଭିସ୍‌ନାଓର ତଥ୍ୟ ଅନୁସାରେ ବିନିର୍ମାଣ କ୍ଷେତ୍ର ସର୍ବାଧିକ ପ୍ରଭାବିତ ହେବ। କଳ କାରଖାନାରେ କାମ କରୁଥିବା ୮୦ ଲକ୍ଷଙ୍କ ଚାକିରି ପ୍ରତି ବିପଦ ଦେଖାଦେବ।

ଖୁଚୁରା କ୍ଷେତ୍ରରେ ୭୬ ଲକ୍ଷ ଓ ଶିକ୍ଷା କ୍ଷେତ୍ରରେ ୨୫ ଲକ୍ଷ ଚାକିରି ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି।ଏଆଇ ପ୍ରଭାବରେ ‌ନୂତନ ଚାକିରି ମଧ୍ୟ ସୃଷ୍ଟି ହେବ। ୨୦୩୦ ସୁଦ୍ଧା ୩୦ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି। ୫୦୦ରୁ ଅଧିକ ପ୍ରଯୁକ୍ତି କମ୍ପାନିର ଲିଡର୍‌ମାନଙ୍କୁ ନେଇ କରାଯାଇଥିବା ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ପ୍ରଯୁକ୍ତି ବଜେଟ୍‌ର ୧୩.୫ ପ୍ରତିଶତ ରାଶି ଏଆଇ ଗ୍ରହଣୀୟତା ବଢ଼ାଇବା କାମରେ ବ୍ୟବହାର କରାଯାଉଛି। ଭାରତରେ ଏକ ଚତୁର୍ଥାଂଶ କମ୍ପାନି ସେହି ଧାରାରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe