୩୦ କୋଟି ଚାକିରି ପ୍ରତି ‘ଏଆଇ’ ବିପଦ

ନୂଆଦିଲ୍ଲୀ : କୃତ୍ରିମ ବୁଦ୍ଧିମତା ବା ଏଆଇ ପ୍ରଯୁକ୍ତି ଦିନକୁ ଦିନ ଆହୁରି ଉନ୍ନତ ହେବାରେ ଲାଗିଥିବାରୁ କିଛି ପାରମ୍ପରିକ ଚାକିରି ପ୍ରତି ତାହା ବଡ଼ ବିପଦ ଭାବେ ଉଭା ହୋଇଛି। ଆଗାମୀ କିଛି ମାସ ଭିତରେ ବହୁ ଚାକିରି ଉଭାନ୍ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ବିଶ୍ବସ୍ତରୀୟ ଆର୍ଥିକ ସଂସ୍ଥା ଗୋଲ୍ଡମ୍ୟାନ୍‌ ସଚ୍‌ସ ଆକଳନ କରିଛି ଯେ ଜେନେରେଟିଭ୍‌ ଏଆଇ ପ୍ରାୟ ୩୦ କୋଟି ସ୍ଥାୟୀ ଚାକିରିକୁ ପ୍ରଭାବିତ କରିବ। ଏଆଇ ଯେତେ ଶକ୍ତିଶାଳୀ ବୋଲି କୁହାଯାଉଛି ଯଦି ସେହି ଅନୁସାରେ ତାହା କାମ କରିବେ ତେବେ ଶ୍ରମ ବଜାରରେ ବଡ଼ ଧରଣର ବିଭ୍ରାଟ ସୃଷ୍ଟି ହେବ।

ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବ୍ୟବହାର କଲେ ଚାଟ୍‌ଜିପିଟି
ଚଣ୍ଡିଗଡ଼ : ଏକ ହତ୍ୟା ମାମଲାରେ ଜାମିନ ଶୁଣାଣି ବେଳେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଚାଟ୍‌ଜିପିଟି ବ୍ୟବହାର କରିଥିଲେ। ଅପରାଧ ଅତ୍ୟନ୍ତ ଜଘନ୍ୟ ଥିବାରୁ ଅଭିଯୁକ୍ତର ଜାମିନ ନାମଞ୍ଜୁର କରାଯାଇଥିଲା। ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଚାଟ୍‌ଜିପିଟିର ବ୍ୟବହାର ମାମଲାର ଫଇସଲା ପାଇଁ କରାଯାଇନଥିଲା। ମାମଲାକୁ ବିଭିନ୍ନ ଦିଗରୁ ବୁଝିବା ଲାଗି ତାହାର ବ୍ୟବହାର କରାଯାଇଥିଲା।

ସମ୍ବନ୍ଧିତ ଖବର