ଏ-ପ୍ଲସ୍‌ ଆଇଆଇଟି ଏକାଡେମିର ସଫଳତା

ଭୁବନେଶ୍ୱର: ଏ-ପ୍ଲସ୍‌ ଆଇଆଇଟି ଏକାଡେମିର ଛାତ୍ରଛାତ୍ରୀମାନେ ଜେଇଇ-ମେନ୍‌ରେ ସଫଳତା ହାସଲ କରିଛନ୍ତି। ଅନୁଷ୍ଠାନର ନିର୍ଦେଶକ ଦୟାନିଧି ମହାନ୍ତଙ୍କ ତତ୍ତ୍ୱାବଧାନରେ ଅଧ୍ୟୟନ କରିଥିବା ୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ଜଣ ଜେଇଇ-ମେନ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଜେଇଇ-ଆଡଭାନ୍ସଡ୍‌ରେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିଥିବେ ବୋଲି ଶ୍ରୀ ମହାନ୍ତ ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ନିମେନ୍ତ ଆମେ ବିଶେଷ ସୁବିଧା ସୁଯୋଗ ପ୍ରଦାନ କରୁଛୁ ଓ ସ୍ୱଳ୍ପ ମୂଲ୍ୟରେ ଅଧ୍ୟୟନ କରିବାର ସୁବିଧା ଯୋଗାଇ ଦେଉଛୁ।

ସମ୍ବନ୍ଧିତ ଖବର