ବିଶାଖାପାଟଣାରେ ଖୋଲିଲା ଏଆଇଏନ୍‌ୟୁ

ବିଶାଖାପାଟଣା: ହାଇଦ୍ରାବାଦର ଏସିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନେଫ୍ରୋଲୋଜି ଆଣ୍ଡ ୟୁରୋଲୋଜି (ଏଆଇଏନ୍‌ୟୁ) କିଡନି ଏବଂ ମୂତ୍ର ରୋଗ ଚିକିତ୍ସା କ୍ଷେତ୍ରରେ ଦକ୍ଷିଣ ଏସିଆରେ ବେଶ୍ ସୁନାମ ଅର୍ଜନ କରିଛି। ୨୦୧୩ରେ ହାଇଦ୍ରାବରେ ପ୍ରତିଷ୍ଠା ହୋଇଥିବା ଏହି ହସ୍ପିଟାଲ ପକ୍ଷରୁ ବିଶାଖାପାଟଣାଠାରେ ମଧ୍ୟ ଏକ ଡାକ୍ତରଖାନା ଖୋଲାଯାଇଛି। ଅଭିଜ୍ଞ ବିଶେଷଜ୍ଞମାନଙ୍କ ଦ୍ବାରା ଏଠାରେ କିଡନି ଏବଂ ମୂତ୍ର ରୋଗ ସମ୍ପର୍କିତ ସମସ୍ତ ଚିକିତ୍ସା ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଚିକିତ୍ସା ଲାଗି ସମସ୍ତ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ରଖାଯାଇଛି। ବିଶେଷକରି ଆନ୍ଧ୍ର ପ୍ରଦେଶ ସମେତ ପଡ଼ୋଶୀ ଓଡ଼ିଶା ଓ ଛତିଶଗଡ଼ର ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାରେ ଏହି ଡାକ୍ତରଖାନା ସହାୟକ ହେବ ବୋଲି ଆଶା ରଖାଯାଇଛି। ହସ୍ପିଟାଲକୁ ଏଆଇଏନ୍‌ୟୁର ଅଧ୍ୟକ୍ଷ ପିଭିଏସ୍ ରାଜୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ହସ୍ପିଟାଲର ଏମଡି ଡାକ୍ତର ଜି ରବିନ୍ଦ୍ର ବର୍ମା, କ୍ୟାପଟେନ୍ ଆଲାମ ପ୍ରଭାକର, ଡାକ୍ତର ଅମିତ୍ ସାପ୍‌ଲେ ଏବଂ ଡାକ୍ତର ବି ସାଇ ଶେଖର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର