ଏଆଇପିଏନ୍‌ବିଓଏ କେନ୍ଦ୍ରୀୟ କାର୍ଯ୍ୟକାରୀ ଓ କାର୍ଯ୍ୟନିର୍ବାହୀ କମିଟିର ବୈଠକ

ଭୁବନେଶ୍ୱର: ସର୍ବଭାରତୀୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଧିକାରୀ ସଂଘ (ଏଆଇପିଏନ୍‌ବିଓଏ)ର କେନ୍ଦ୍ରୀୟ କାର୍ଯ୍ୟକାରୀ ଓ କାର୍ଯ୍ୟନିର୍ବାହୀ କମିଟିର ବୈଠକ ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସର୍ବଭାରତୀୟ ବ୍ୟାଙ୍କ ଅଧିକାରୀ ସଂଘ (ଏଆଇବିଓସି)ର ସଭାପତି ତଥା ଏଆଇପିଏନ୍‌ବିଓଏର ସାଧାରଣ ସମ୍ପାଦକ ଦିଲ୍ଲୀପ ଶାହା ଯୋଗଦେଇଥିଲେ । ଋଣ ନେଇ ବ୍ୟବସାୟରେ କ୍ଷତିରେ ପଡୁଥିବା କମ୍ପାନିକୁ ଚିହ୍ନଟ କରିି ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଏଆଇପିଏନ୍‌ବିଓଏ ର ଉପସଭାପତି ପ୍ରମୋଦ କୁମାର ମେକାପ, ଏଜିଏସ୍‌, କ୍ଷମାନିଧି ମିଶ୍ରଙ୍କ ସମେତ ପ୍ରଣବ ପଟ୍ଟନାୟକ, ହିମାଂଶୁ ମହାପାତ୍ର, ଅମ୍ରିିତା ପ୍ରିତମ ମହାନ୍ତି, ଏଭିଏସ୍‌ ନାରାୟଣ, ବାଲେଶ୍ୱର ପ୍ରଧାନ, ସୁରେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର