ଏଆଇପିଏନ୍‌ବିଓଏ ଓଡ଼ିଶା ଚାପ୍ଟରର ବୈଠକ

ଭୁବନେଶ୍ୱର: ଅଲ୍ ଇଣ୍ଡିଆ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍ (ଏଆଇପିଏନ୍‌ବିଓଏ), ଓଡିଶା ଚାପ୍ଟର, ଭୁବନେଶ୍ୱର ପକ୍ଷରୁ ନୂତନ ଆଞ୍ଚଳିକ ପ୍ରବନ୍ଧକ ଏ. ଉଦୟ ଭାସ୍କର ରେଡ୍ଡୀ ଓ ଅନ୍ୟମାନଙ୍କୁଙ୍କୁ ସ୍ୱାଗତ ଜଣାଇବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍କଲର ସଭାପତି ଅରବିନ୍ଦ ଶତପଥୀ ଏଥିରେ ସ୍ୱାଗତ ଭାଷଣ ଦେଇଥିଲେ । କେନ୍ଦ୍ରୀୟ କମିଟିର ସହାୟକ ସାଧାରଣ ସମ୍ପାଦକ ତଥା ସର୍କଲ ସଚିବ ବୈଲଚୋନ ସାହୁ ଭୁବନେଶ୍ୱର ଜୋନ୍‌ରେ ଆସୋସିଏସନ୍ କାର୍ଯ୍ୟର ସୂକ୍ଷ୍ମ ବିବରଣୀ ପ୍ରଦାନ କରିଥିଲେ । ଅଞ୍ଚଳ ପ୍ରସାଶନିକ କାର୍ଯ୍ୟାଳୟର ମହାପ୍ରବନ୍ଧକ ମୁକ୍ତିକାନ୍ତ ରାୟଙ୍କ ସମେତ ଜୋନାଲ ଅଡିଟ୍ କାର୍ଯ୍ୟାଳୟର ଉପ-ମହାପ୍ରବନ୍ଧକ ଲକ୍ଷ୍ମୀକାନ୍ତ ମିଶ୍ର, ଭୁବନେଶ୍ୱର ସର୍କଲର ମୁଖ୍ୟ ଚିତ୍ତରଞ୍ଜନ ପୃଷ୍ଟି, କଟକ ସର୍କଲର ମୁଖ୍ୟ ଜିତେନ୍ଦ୍ର ସ୍ୱାଇଁ, ଭୁବନେଶ୍ୱର ଅଞ୍ଚଳର ଉପ-ଆଞ୍ଚଳିକ ପ୍ରବନ୍ଧକ ଜନ୍ମେଜୟ ଦିକ୍ଷୀତ, ଭୁବନେଶ୍ୱର ସର୍କଲର ଉପ-ସର୍କଲ ମୁଖ୍ୟ ବିଜୟ ମିଶ୍ର ଏବଂ ଉମାକାନ୍ତ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏଆଇପିଏନ୍‌ବିଓଏର ସଭାପତି ବିକାଶ ରଞ୍ଜନ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର