ଏୟାର ଏସିଆ ଅଫର: ଫେସବୁକ ଲାଇଭ ସୋ’ରେ ଭାଗ ନେଇ ଦିଅନ୍ତୁ ତିନିଟି ପ୍ରଶ୍ନର ଉତ୍ତର, ବର୍ଷକ ପାଇଁ ମାଗଣାରେ ବିମାନ ଯାତ୍ରାର ଲାଭ ଉଠାନ୍ତୁ

ନୂଆଦିଲ୍ଲୀ: ଅର୍ନ୍ତଜାତୀୟ ବିମାନ ସେବା କମ୍ପାନି ଏୟାର ଏସିଆର ମଙ୍ଗଳବାର ଏକ ବଡ ଘୋଷଣା କରିଛି। ଏହି ଘୋଷଣା ଜରିଆରେ ମାତ୍ର ୩ଟି ପ୍ରଶ୍ନର ଉତ୍ତର ଦେଇ ବର୍ଷକ ପାଇଁ ମାଗଣାରେ ଯାତ୍ରା କରି ପାରିବେ ଯାତ୍ରୀ। ତେବେ ଏଥିପାଇଁ ଇଚ୍ଛୁକ ଯାତ୍ରୀ କମ୍ପାନି ପକ୍ଷରୁ ହେବାକୁ ଥିବା ଫେସବୁକ ଲାଇଭ ସୋ’ରେ ଭାଗ ନେବାକୁ ପଡିବ। ଫେସବୁକ ଲାଇଭ ସୋରେ ୩ଟି ପ୍ରଶ୍ନର ଉତ୍ତର ଦେବା ପରେ ଏୟାର ଏସିଆ ଭାଗ୍ୟଶାଳୀ ବିଜେତାଙ୍କ ନାମଘୋଷଣା କରିବ । ଯେଉଁ ବ୍ୟକ୍ତି ଭାଗ୍ୟଶାଳୀ ବିଜେତା ହେବେ ତାଙ୍କୁ ଏୟାର ଏସିଆ ପକ୍ଷରୁ ବର୍ଷକ ପାଇଁ ମାଗଣା ଟିକେଟ ପ୍ରଦାନ କରାଯିବ। ଅର୍ଥାତ ବର୍ଷକ ପାଇଁ ମଗଣାରେ ବିମାନ ଯାତ୍ରାର ଲାଭ ଉଠାଇ ପାରିବେ। ଅନ୍ୟ ବିଜେତାଙ୍କ ପାଇଁ ମଧ୍ୟ ପୁରସ୍କାର ଥିବା କହିଛି ଏୟାର ଏସିଆ।

କମ୍ପାନି ପକ୍ଷରୁ ଫେସବୁକ ପେଜରେ କୁହାଯାଇଛି ଯେ, ଜୁଲାଇ ୧୧୧୭ ରାତି ୮ଟାରୁ ୯ଟା ଏକ ଘଣ୍ଟା ପର୍ଯ୍ୟନ୍ତ ଫେସବୁକ ଲାଇଭ ସୋ’ ହେବ । ଆଉ ଏହି ସୋ’ ସମୟରେ ପ୍ରତି ୨୦ ମିନିଟରେ ଗୋଟିଏ ଲେଖାଏଁ ପ୍ରଶ୍ନ ପଚରାଯିବ । ଅଥାର୍ତ ୧ ଘଣ୍ଟାର ଲାଇଭ ସୋ’ ମଧ୍ୟରେ ୩ଟି ପ୍ରଶ୍ନ ପଚରାଯିବ । ଆଉ ଠିକ୍‌ ଉତ୍ତର ଦେଇଥିବା ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରାଯିବ ବୋଲି କମ୍ପାନି ନିଜର ଅର୍ନ୍ତଜାତୀୟ ଫେସବୁକ ପେଜରେ ଏହା ବିଷୟରେ ସୂଚନା ଦେଇଛି। ତେବେ କେଉଁ କେଉଁ ଦେଶର ଲୋକ ଏହି ଫେସବୁକ ଲାଇଭ ସୋ’ରେ ଭାଗ ନେବେ ତାହା କମ୍ପାନି ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ ।

ସମ୍ବନ୍ଧିତ ଖବର