ଜରୁରୀକାଳିନ ଅବତରଣର କୋଡ୍‌ ଦବାଇବା ପରିବର୍ତ୍ତେ ଭୁଲରେ ହାଇଜାକ୍‌ର କୋଡ୍‌ ଦବାଇ ଦେଲେ ପାଇଲଟ୍‌, ତା’ ପରେ…..

ଚଣ୍ଡିଗଡ଼ : ଦିଲ୍ଲୀ-ଶ୍ରୀନଗର ଯାଉଥିବା ଏୟାର ଏସିଆ ବିମାନ ରବିବାର ସକାଳ ୬ଟର ୩୦ମିନିଟ୍‌ରେ ଦିଲ୍ଲୀ ବିମାନବନ୍ଦରରୁ ଉଡ଼ାଣ କରିଥିଲା । କିନ୍ତୁ ଉଡ଼ାଣ ଭରିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖା ଯିବାରୁ ପାଇଲଟ୍‌ କିରଣ ସାଙ୍ଗଓ୍ଵାନ ବିମାନଙ୍କୁ ପୁଣି ଥରେ ଦିଲ୍ଲୀ ନେବା ପାଇଁ ଚାହୁଁଥିଲେ । ଏହି ସମୟରେ ଭୁଲରେ ପାଇଲଟ୍‌ କିରଣ ହାଇଜାକ୍‌ କୋଡ୍‌ ଦବାଇ ଦେଇଥିଲେ । ବିମାନଟି ସେ ସମୟରେ ଚଣ୍ଡିଗଡ଼ ପାଖା ପାଖିଥିବାରୁ ଚଣ୍ଡିଗଡ଼ ଏୟାରଫୋର୍ସର ଏୟାର ଟ୍ରାଫିକ କଣ୍ଟ୍ରୋଲର ଏହି କୋଡକୁ ଟ୍ରେସ କରିବା ସହ ଦିଲ୍ଲୀ ମୁଖ୍ୟାଳୟକୁ ହାଇଜାକ୍‌ ହେବା ନେଇ ସୂଚନା ଦେଇଥିଲେ ।

philippineflightnetwork.com

ହାଇଜାକ୍‌ର କୋଡ୍‌ ଦେଖି ସାରା ଦେଶର ଏୟାରଫୋର୍ସ ଆକ୍ଟିଭ୍‌ ହୋଇଯିବା ପରେ ଆଣ୍ଟି ଟେରୋରିଜିମ୍‌ ସ୍କ୍ଵାଡ୍‌ ପାଇଲଟ୍‌ କିରଣଙ୍କୁ ସଂପର୍କ କରିଥିଲେ । ଯାହା ପରେ ଯାନ୍ତ୍ରିକ ତ୍ରୁଟି ପାଇଁ ଭୟଭୀତ ହୋଇ ଭୁଲରେ ପାଇଲଟ୍‌ଜଣଙ୍କ ହାଇଜାକ୍‌ କୋଡ୍‌ ଦବାଇ ଦେଇଥିବା କହିଥିଲେ । ଯାହାର ୭ମିନିଟ୍‌ ପରେ ପାଇଲଟ୍‌ ଜରୁରୀକାଳିନ ଅବତରଣ କରିବାର କୋଡ୍‌ ଦବାଇଥିଲେ । କିନ୍ତୁ ଦିଲ୍ଲୀରେ ଅବତରଣ କରିବାର ଅନୁମତି ନ ମିଳିବାରୁ ବିମାନକୁ ସକାଳ ୭ଟା ୪୦ମିନିଟ୍‌ରେ ଚଣ୍ଡିଗଡ଼ରେ ଅବତରଣ କରାଯାଇଥିଲା ।

ସମ୍ବନ୍ଧିତ ଖବର