ଏୟାର ଏସିଆ ପକ୍ଷରୁ ସେନା ଯବାନଙ୍କ ପାଇଁ ୫୦ ହଜାର ମାଗଣା ସିଟ ଅଫର

ଭୁବନେଶ୍ୱର : ଭାରତର ୭୪ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଏୟାର ଏସିଆ ଇଣ୍ଡିଆ ପକ୍ଷରୁ ଦେଶର ଦୃଢ଼ ସ୍ତମ୍ଭ ଓ ଗଣତନ୍ତ୍ର ଓ ନିରାପତ୍ତାକୁ ସମର୍ଥନ ପ୍ରତି ଯୋଗଦାନ ପାଇଁ ମାନ୍ୟତା ସ୍ୱରୂପ ରେଡପାସ ଅଭିଯାନ ଆରମ୍ଭ କରାଯାଇଛି । ଦେଶ ଗଠନ ପ୍ରତି ଦୀର୍ଘସ୍ଥାୟୀ ପ୍ରତିବଦ୍ଧତାକୁ ନଜରରେ ରଖି ଏୟାର ଏସିଆ ଇଣ୍ଡିଆ ପକ୍ଷରୁ ଏହି ଅଭିଯାନ ଅଧୀନରେ ସ୍ଥାନୀୟ ବିମାନରେ ୫୦,୦୦୦ ସିଟ୍ ପ୍ରଦାନ କରାଯିବ । ମାଗଣା ସିଟ ସହିତ ଅତିଥିମାନେ ଅଗ୍ରାଧିକାର ବୋର୍ଡିଂ ଓ ବ୍ୟାଗେଜ୍ ସୁବିଧା ପାଇପାରିବେ ।

ମହାମାରୀ ସମୟରେ ଗତ ଜୁନରେ ଏୟାର ଏସିଆ ପକ୍ଷରୁ ରେଡପାସ ଅଭିଯାନ ଘୋଷଣା କରାଯାଇଥିଲା ଯେଉଁଥିରେ ଦେଶର ଡାକ୍ତରମାନଙ୍କ ପ୍ରତି କୃତଜ୍ଞତା ସ୍ୱରୂପ ଯାତ୍ରାର ସୁବିଧା ଦିଆଯାଇଥିଲା । ସେହି ଅଭିଯାନ ବେଶ ଗ୍ରହଣୀୟ ହୋଇଥିଲା । ଏହି ଅଭିଯାନକୁ ଏବେ ଭାରତୀୟ ସେନା ବାହିନୀ ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଇଛି । ସେନା ବାହିନୀ ଅର୍ଥାତ ସ୍ଥଳ ସେନା, ନୌସେନା ଓ ବାୟୁ ସେନା, ତଟ ସୁରକ୍ଷା ବାହିନୀ, ପାରାମିଲିଟାରି ବଳ ଏବଂ ଟ୍ରେନିଂରେ ଥିବା କ୍ୟାଡେଟମାନେ ଏହି ଅଭିଯାନର ଲାଭ ପାଇପାରିବେ । ଅବସର ଗ୍ରହଣ କରିଥିବା ସେନା ବାହିନୀର କର୍ମଚାରୀ ଏବଂ ତାଙ୍କ ଉପରେ ନିର୍ଭରଶୀଳ ଥିବା ଲୋକମାନଙ୍କୁ ମଧ୍ୟ ଏହି ଅଭିଯାନର ସୁବିଧା ମିଳିବ ।

ଏହି ଅଭିଯାନରେ ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ କଂପାନିର ୱେବସାଇଟରେ ୨୦୨୦ ଅଗଷ୍ଟ ୧୫ରୁ ୨୧ ତାରିଖ ଭିତରେ ଟିକଟ ବୁକିଙ୍ଗ କରିପାରିବେ ଏବଂ ସେହି ଟିକଟରେ ୨୦୨୦ ସେପ୍ଟେମ୍ବର ୨୫ରୁ ଡିସେମ୍ବର ୩୧ ଭିତରେ ଯାତ୍ରା କରିପାରିବେ । ପ୍ରତିରକ୍ଷା କ୍ଷେତ୍ରର କର୍ମଚାରୀମାନେ ଯେଉଁ ବିବରଣୀ ଦେଇଥିବେ ତାହାର ସମୀକ୍ଷା କରିବା ପରେ ଦେଶରେ ଚାଲୁଥିବା ଯେକୌଣସି ଏୟାର ଏସିଆ ବିମାନ ପାଇଁ ତାହାକୁ ରିଡିମ୍ କରିବାକୁ ପଠାଇ ଦିଆଯିବ । ଏୟାର ଏସିଆ ରେଡପାସ କେବଳ ୱାନ୍ ୱେ ଯାତ୍ରା ପାଇଁ ବୈଧ ରହିବ ଯେଉଁଥିପାଇଁ ବିମାନ ଯାତ୍ରାର ୨୧ ଦିନ ପୂର୍ବରୁ ସଂରକ୍ଷଣ ବ୍ୟବସ୍ଥା କରିବାକୁ ହେବ ।

ସମ୍ବନ୍ଧିତ ଖବର