ଜାନୁୟାରୀ ୧ରୁ ଭୁବନେଶ୍ୱର-ହାଇଦ୍ରାବାଦ ବିମାନ ସେବା ଆରମ୍ଭ କରିବ ଏୟାର ଏସିଆ

ଭୁବନେଶ୍ୱର : ବିମାନସେବା କମ୍ପାନି ଏୟାର ଏସିଆ ଭୁବନେଶ୍ୱରରୁ ହାଇଦ୍ରାବାଦକୁ ନୂଆ ବିମାନସେବା ଆରମ୍ଭ କରିବା ବିଷୟ ଘେଷଣା କରିଛି । ଆସନ୍ତା ଜାନୁୟାରୀ ୧ରୁ ଏହି ସେବା ଆରମ୍ଭ ହେବ । କେବଳ ଏତିକୁ ନୁହେଁ କମ୍ପାନି ପକ୍ଷରୁ ଭୁବନେଶ୍ୱର-ବାଙ୍ଗାଲୋର ଦୈନିକ ଫ୍ଲାଇଟ୍‌ ଫ୍ରିକ୍ୱେନ୍ସିକୁ ମଧ୍ୟ ବଢାଇଦିଆଯାଇଛି । ଫଳରେ ଏବେ ଏୟାର ଏସିଆ ଇଣ୍ଡିଆ ପକ୍ଷରୁ ବେଙ୍ଗାଲୁରୁ, ଜୟପୁର ଏବଂ ଭୁବନେଶ୍ୱର ମଧ୍ୟରେ 3ଟି ଡାଇରେକ୍ଟ ଫ୍ଲାଇଟ ହେବ ।

ଦିନକୁ ଦିନ ଭୁବନେଶ୍ୱରର ଏୟାର କନେକ୍ଟିଭିଟି ବଢିବାରେ ଲାଗିଛି । ଗତ କାଲି ରାଷ୍ଟ୍ରାୟତ ବିମାନ ସେବା କମ୍ପାନି ଏୟାରଇଣ୍ଡିଆ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ଅନ୍ତର୍ଜାତୀୟ ଉଡାଣ ଆରମ୍ଭ କରିବା ବିଷୟ ଘୋଷଣା କରିଥିଲା । ଏୟାର ଏସିଆ ମଧ୍ୟ ଭୁବନେଶ୍ୱର-ବ୍ୟାଙ୍କକ୍‌ ଫ୍ଲାଇଟ୍‌ ସମ୍ପର୍କରେ ଯୋଜନା କରୁଛି ।

ଏବର୍ଷ ଏୟାର ଏସିଆ ୬ଟି ଏୟାରକ୍ରାଫ୍ଟ , ୫ଟି ନୂତନ ଗନ୍ତବ୍ୟ ସ୍ଥଳି ଏବଂ ୧୫ଟି ନୂତନ ରୁଟର ଶୁଭାରମ୍ଭ କରିଥିବା କହିଛନ୍ତି ଏହାର ଏମଡି ତଥା ସିଇଓ ଅମର ଆବରଲ । ଏୟାର ଏସିଆର ବର୍ତ୍ତମାନ ଭାରତର ୧୬ଟି ସହର ବେଙ୍ଗାଲୁରୁ, ନୂଆଦିଲ୍ଲୀ ଏବଂ କଲିକତା ସହିତ କୋଚି, ଗୋଆ, ଜୟପୁର, ଚଣ୍ଡିଗଡ, ପୁନେ, ଗୁଆହାଟୀ, ଇମ୍ପାଲ, ବିଶାଖାପାଟନମ, ହାଇଦ୍ରାବାଦ, ଶ୍ରୀନଗର, ବାଗଡ଼ୋଗରା, ରାଞ୍ଚି ଏବଂ ଭୁବନେଶ୍ୱରକୁ ଫ୍ଲାଇଟ୍‌ ସଂଯୋଗ କରୁଛି ।

ସମ୍ବନ୍ଧିତ ଖବର