ମାଲ୍ୟା ମାମଲାରେ ଫସିବେ ଏୟାର ଡେକାନ୍ ମାଲିକ

ନୂଆଦିଲ୍ଲୀ: ବିଜୟ ମାଲ୍ୟା କରିଥିବା ଋଣ ଠକେଇ ମାମଲାର ଏୟାର ଡେକାନ୍‌ର ମାଲିକ ଜି ଆର୍‌‌ ଗୋପୀନାଥ ଫସିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ୨୦୦୭ରେ ସେ ଏୟାର ଡେକାନ୍‌କୁ ବିଜୟ ମାଲ୍ୟାଙ୍କୁ ବିକ୍ରି କରିଥିଲେ। ଏହା ପରେ କିଛି ଟଙ୍କା ଏପଟ ସେପଟ କରାଯାଇଥିଲା। ସେହି କାରବାର ଉପରେ ତଦନ୍ତ ଏଜେନ୍ସିଗୁଡ଼ିକର ସନ୍ଦେହ ସୃଷ୍ଟି ହୋଇଛି। ଷ୍ଟେଟ୍‌ ବ୍ୟାଙ୍କରୁ ନିଆଯାଇଥିବା କିଛି ଋଣ ଅର୍ଥ ଏପଟସେପଟ କରିବାରେ ଗୋପୀନାଥଙ୍କ ହାତ ଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର