ନୂଆଦିଲ୍ଲୀ: ଲକଡାଉନ୍ ପାଇଁ ଦେଶରେ ପ୍ରାୟ ୨ ମାସ ଧରି ଘରୋଇ ବିମାନ ଉଡ଼ାଣ ବନ୍ଦ ରହିଥିଲା। ମେ ୨୫ରୁ ପୁଣି ଏହି ସେବା ଆରମ୍ଭ ହୋଇଛି। ତେବେ ଏହି ସେବା ଆରମ୍ଭ ହେବା ପରେ ସରକାର ବିମାନ ଭଡ଼ାର ସର୍ବନିମ୍ନ ଓ ସର୍ବାଧିକ ମୂଲ୍ୟ ବିଭିନ୍ନ ରୁଟ୍ ପାଇଁ ଧାର୍ଯ୍ୟ କରିଥିଲେ। ଏଥିସହିତ ହାରାହାରି ମୂଲ୍ୟଠାରୁ କମ୍ ମୂଲ୍ୟରେ ୪୦ ପ୍ରତିଶତ ସିଟ୍ ବିକିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିୟମ ଆସନ୍ତା ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଥିବାବେଳେ ସରକାର ଆଜି ଏହାକୁ ଆଉ ୩ ମାସ ବଢ଼ାଇ ଦେଇଛନ୍ତି। ନଭେମ୍ବର ୨୫ ତାରିଖ ଉକ୍ତ ନିୟମ ବଳବତ୍ତର ରହିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ବିମାନ ଭଡ଼ା ନଭେମ୍ବର ୨୫ ପର୍ଯ୍ୟନ୍ତ ବଢ଼ିବନି
/sambad/media/post_attachments/wp-content/uploads/2020/06/flights1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)