ବିଳମ୍ବିତ ରାତିରେ ଶସ୍ତାରେ ବିମାନ ସେବା

ନଭେମ୍ବର ୩୦ରୁ ଆରମ୍ଭ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ସରକାରୀ ବିମାନସେବା ପ୍ରଦାନକାରୀ କମ୍ପାନି ଏୟାର ଇଣ୍ଡିଆ ଆସନ୍ତାମାସ ୩୦ ତାରିଖରୁ ଦେଶର କେତେକ ବିମାନ ପଥରେ ବିଳମ୍ବିତ ରାତିରେ କମ୍ ମୂଲ୍ୟରେ ଯାତ୍ରୀଙ୍କୁ ଉଡ଼ାଣ ସୁବିଧା ଯୋଗାଇ ଦେବ। ଏୟାର ଇଣ୍ଡିଆର ସ୍ବାଭାବିକ ଭଡ଼ାଠାରୁ ଏହା ଶସ୍ତା ରହିବ। ଦିଲ୍ଲୀ-ଗୋଆ, ଦିଲ୍ଲୀ-କୋଏମ୍ବାଟୁର, ବେଙ୍ଗାଲୁରୁ-ଅହମ୍ମଦାବାଦ ଭଳି ପଥରେ ଏହି ସେବା ଆରମ୍ଭ ହେବା ଯୋଜନା ରହିଛି। ଏପ୍ରକାର ବିମାନ ସେବାକୁ ରେଡ-ଆଇ ବିମାନ ସେବା କୁହାଯାଏ। ବିଳମ୍ବିତ ରାତିରେ ଛାଡ଼ିବା ସହିତ ‌ବଡ଼ି ଭୋରରୁ ଏହି ବିମାନ ଗୁଡ଼ିକ ଗ‌ନ୍ତବ୍ୟ ସ୍ଥଳରେ ପହଞ୍ଚି ଥାଏ। ତେଣୁ ଏପ୍ରକାର ବିମାନ ସେବାର ଲୋକପ୍ରିୟତା ଆମେରିକା ଓ ଇଉରୋପରେ ଅଧିକ ରହିଛି। ଭାରତରେ ଏପ୍ରକାର ବିମାନ ଚଳାଚଳ ଦୈନିକ କରିବ। ଏହି ପ୍ରକାର ବିମାନ ଉଡ଼ାଣ ଆରମ୍ଭ ହେଲେ ଯାତ୍ରୀମାନେ ଦିନବେଳେ ବିମାନ ବନ୍ଦରକୁ ଯିବା ଆସିବା କରିବାରେ ଯେଉଁ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାର ସାମ୍ନା କରିବେ ନାହିଁ। ଏତଦବ୍ୟତୀତ ସେମାନଙ୍କ ହୋଟେଲ ରହଣି ବାବଦ ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ।

ସମ୍ବନ୍ଧିତ ଖବର