ନୂଆଦିଲ୍ଲୀ: ଦେଶରେ ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆ ତରଫରୁ ଏହାର ପରବର୍ତୀ ୧୬ ଦିନ ପର୍ଯ୍ୟନ୍ତ ଅର୍ଥାତ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ବୁକିଙ୍ଗ୍ ବନ୍ଦ ରଖାଯାଇଛି। ଉଭୟ ଦେଶ ଭିତର ଏବଂ ବିଦେଶ ଯାତ୍ରା ପାଇଁ ବୁକିଙ୍ଗ୍ ଉପରେ ରୋକ ଲଗାଯାଇଛି। ଲକ୍ ଡାଉନ୍ ଦୃଷ୍ଟିରୁ ଏପ୍ରିଲ୍ ୧୪ ପର୍ଯ୍ୟନ୍ତ କଂପାନି ଏହାର ସମସ୍ତ ଜାତୀୟ ଓ ଆନ୍ତର୍ଜାତିକ ଉଡ଼ାଣକୁ ବନ୍ଦ ରଖିଛି। କଂପାନି ପ୍ରବକ୍ତା କହିଛନ୍ତି, ଏପ୍ରିଲ୍ ୧୪ର ନିଷ୍ପତ୍ତିକୁ ଆମେ ଅପେକ୍ଷା କରିଛୁ। ଏହା ପରେ ଯାହା କିଛି ପଦକ୍ଷେପ ଗ୍ରହଣ କରାଯିବ। ତେବେ ଗତ ଗୁରୁବାର ବେସାମରିକ ବିମାନ ଚଳାଚଳ ସଚିବ ପ୍ରଦୀପ ସିଂହ ଖରୋଲା କହିଥିଲେ ଯେ ଏପ୍ରିଲ୍ ୧୪ ଠାରୁ ବିମାନ କଂପାନିଗୁଡ଼ିକ ବୁକିଙ୍ଗ୍ ଆରମ୍ଭ କରିପାରିବେ। ତାହାକୁ ଦୃଷ୍ଟିରେ ରଖି ଘରୋଇ ବିମାନ କଂପାନି ଏୟାର ଏସିଆ ଇଣ୍ଡିଆ ତରଫରୁ ଏପ୍ରିଲ୍ ୧୫ରୁ ବୁକିଙ୍ଗ୍ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ କଂପାନି ଏହା ମଧ୍ୟ ସ୍ପଷ୍ଟ କରିଦେଇଛି ଯେ ଭବିଷ୍ୟତରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ନିୟାମକ ସଂସ୍ଥା ଡିଜିସିଏ ଯାହା ପଦକ୍ଷେପ ଘୋଷଣା କରିବ ତାହାକୁ କଂପାନି ମାନିବ। ଇଣ୍ଡିଗୋ, ସ୍ପାଇସ୍ଜେଟ୍, ଭିସ୍ତାରା ଓ ଗୋଏୟାର ଭଳି ଘରୋଇ ବିମାନ କଂପାନି ଘୋଷଣା କରିଛନ୍ତି ଯେ ଯାତ୍ରୀମାନେ ଏପ୍ରିଲ୍ ୧୫ରୁ ଟିକଟ୍ ବୁକିଙ୍ଗ୍ କରିପାରିବେ।
ଏୟାର ଇଣ୍ଡିଆର ବୁକିଂ ୩୦ ପର୍ଯ୍ୟନ୍ତ ବନ୍ଦ, ଘରୋଇ ବିମାନ କଂପାନିର ବୁକିଂ ୧୫ରୁ ଆରମ୍ଭ
/sambad/media/post_attachments/wp-content/uploads/2020/03/Air_India.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)