ଏୟାର ଇଣ୍ଡିଆର ଘରୋଇକରଣକୁ ରୋକିବେ କର୍ମଚାରୀ, ଟ୍ରିବ୍ୟୁନାଲ୍ ଯିବେ, ଧର୍ମଘଟ କରିବେ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି ସରକାର ପ୍ରୟାସ କରୁଥିବା ବେଳେ ସେହି କାର୍ଯ୍ୟ କରାଇ ନ‌ଦେବାକୁ କଂପାନିର କର୍ମଚାରୀମାନେ ଅଣ୍ଟା ଭିଡ଼ିଛନ୍ତି। କଂପାନିର ଘରୋଇକରଣକୁ ରୋକିବା ଲାଗି ଟ୍ରିବ୍ୟୁନାଲ୍‌ରେ ମାମଲା ଦାୟର କରିବା ଠାରୁ ଆରମ୍ଭ କରି ଧର୍ମଘଟ କରିବା ପର୍ଯ୍ୟନ୍ତ ବିଭିନ୍ନ ବିକଳ୍ପ ଉପରେ କର୍ମଚାରୀମାନେ ବିଚାର କରୁଥିବା ଜଣାପଡ଼ିଛି। ଏୟାର ଇଣ୍ଡିଆର କର୍ମଚାରୀ ସଂଘଗୁଡ଼ିକ ମୁମ୍ବାଇରେ ଏକ ବୈଠକରେ ମିଳିତ ହୋଇ ଏହି ନିଷ୍ପତ୍ତି ନେଇଛନ୍ତି। ‌ତେବେ ଏହି ଦୁଇ ନିଷ୍ପତ୍ତି ଚୂଡ଼ାନ୍ତ ହୋଇନାହିଁ। ଏହା ଉପରେ ଆହୁରି ଆଲୋଚନା ବାକି ରହିଛି। ଯଦି ଧର୍ମଘଟ କରାଯିବ ତେବେ ତାହା ଆସନ୍ତା ଜାନୁଆରି ୮ରୁ ଆରମ୍ଭ ହେବ। ଏୟାର ଇଣ୍ଡିଆକୁ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)କୁ ଟାଣିବା ଉପରେ କର୍ମଚାରୀମାନେ ବିଚାର କରୁଛନ୍ତି। କଂପାନିର ଇଞ୍ଜିନିୟର ଓ ପାଇଲଟ୍‌ମାନେ ତୁରନ୍ତ ବକେୟା ଦରମା ଦେବାକୁ କଂପାନି କର୍ତୃପକ୍ଷଙ୍କୁ କହିଛନ୍ତି। ଆଗୁଆ ସୂଚନା ବିନା ଚାକିରି ଛାଡ଼ିବାର ଅନୁମତି ଦେବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର