ବ୍ୟାଙ୍କକ-ମୁମ୍ବାଇ ଏୟାର୍‌ ଇଣ୍ଡିଆ ବିମାନ ବାତିଲ୍‌ ହେବାରୁ ୧୨ ଘଣ୍ଟା ଧରି ବିମାନବନ୍ଦରରେ ଫସି ରହିଲେ ୨୮୮ ଯାତ୍ରୀ

ମୁମ୍ବାଇ: ବ୍ୟାଙ୍କକ୍‌ରୁ ମୁମ୍ବାଇ ଆସିବାକୁ ଥିବା ଏୟାର୍‌ ଇଣ୍ଡିଆ ବିମାନ ୩୩୧ର ଉଡ଼ାଣକୁ ରବିବାର ୧୨ ଘଣ୍ଟା ପାଇଁ ବାତିଲ୍‌ କରି ଦିଆଯିବା ପରେ ବିମାନରେ ଯାତ୍ରା କରିବାକୁ ଥିବା ୨୮୮ ଜଣ ଯାତ୍ରୀ ବ୍ୟାଙ୍କକର ସୁବର୍ଣ୍ଣଭୂମି ବିମାନବନ୍ଦରରେ ଫସି କରି ରହିଥିଲେ। ରିପୋର୍ଟରୁ ଜାଣିବାକୁ ମିଳିିଛି ଯେ ବିମାନକୁ ପରିଚାଳନା କରିବା ପାଇଁ ଉକଯୁକ୍ତ କ୍ରିୟୁ ମେମ୍ବର ଯୋଗାଡ଼ ନ ହୋଇପାରିବାରୁ ବାଧ୍ୟ ହୋଇ ବିମାନ ଉଡ଼ାଣ ବାତିଲ୍‌ କରାଯାଇଥିଲା। ଫଳରେ ସୋମବାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରଖିଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଏ ନେଇ ବିମାନରେ ଥିବା ଯାତ୍ରୀମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏୟାର୍‌ ଇଣ୍ଡିଆର ଅବହେଳା ହେତୁ ଏପରି ଘଟିଛି ବୋଲି କେତେକ ଯାତ୍ରୀ ଅଭିଯୋଗ ଆଣିଛନ୍ତି। ଯାତ୍ରୀମାନେ ଆହୁରି ବି ଅଭିଯୋଗ ଆଣିଛନ୍ତି ଯେ ଦୀର୍ଘ ସମୟ ଧରି ବିମାନ ଉଡ଼ାଣ ବାତିଲ୍‌ ହୋଇଥିବା ହେତୁ ଯାତ୍ରୀମାନଙ୍କୁ ବାହାରୁ କିଣି ଖାଇବାକୁ ପଡ଼ିଥିଲା। ଏପରିକି ବିମାନ କର୍ତ୍ତୃପକ୍ଷ ଖାଦ୍ୟର ବନ୍ଦୋବସ୍ତ ବି କରିନଥିଲେ।

ସମ୍ବନ୍ଧିତ ଖବର