ଚେନ୍ନାଇ: ମୁମ୍ବାଇରୁ ଉଡ଼ାଣ ଭରିଥିବା ଚେନ୍ନାଇର ଏୟାର ଇଣ୍ଡିଆ ବିମାନକୁ ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର ଅଚାନକ ଜରୁରିକାଳୀନ ଅବତରଣ କରିବାକୁ ପଡ଼ିିଛି। କ୍ରିୟୁ ମେମ୍ବରଙ୍କ ବ୍ୟତୀତ ବିମାନରେ ସମୁଦାୟ ୧୧୧ ଜଣ ଯାତ୍ରୀ ଥିଲେ। ବୈଷୟିକ ଅସୁବିଧା ହେତୁ ଏପରି ହଠାତ ଅବତରଣ କରିବାର ଆବଶ୍ୟକ ପଡ଼ିଥିଲା। ବିମାନର ଜଣେ ଅଧିକାରୀଙ୍କ କହିବା ମୁତାବକ ବିମାନଟିକୁ ଅବତରଣ କରାଇବା ପୂର୍ବରୁ ‘ଲୋକାଲ୍ ଷ୍ଟାଣ୍ଡ୍ବାଏ’ ପ୍ରୋଟକଲ୍ ପକ୍ଷରୁ ସତର୍କ ଘଣ୍ଟି ଶୁଣିବାକୁ ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ‘ଲୋକାଲ୍ ଷ୍ଟାଣ୍ଡ୍ବାଏ’ ଟର୍ମର ଅର୍ଥ ହେଉଛି ଆପାତକାଳୀନ ସ୍ଥିତିରେ ଭାରି ବିମାନ ଉପରେ ଆସିବାକୁ ଥିବା କୌଣସି ବି ଅପ୍ରୀତିକର ଦୁର୍ଘଟଣାର ସମାଧାନ ଲାଗି ଅଗ୍ନୀଶମ ଏବଂ ଉଦ୍ଧାରକାରୀ ଦଳଙ୍କୁ ଏକ ସତର୍କ ସୂଚନା ପ୍ରଦାନ କରିବା।
ବିମାନଟିକୁ ଅବତରଣ କରାଇବା ପରେ ବୈଷୟିକ ଅସୁବିଧାର ସମାଧାନ କରାଯିବା ସହ ବିମାନଟି ଦିଲ୍ଳୀକୁ ଉଡ଼ାଣ ଭରିଥିଲା। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ରହିଛି।
ତେବେ ଏ ନେଇ ଏୟାର ଇଣ୍ଡିଅଆ ପକ୍ଷରୁ କୌଣସି ସୂଚନା ଦିଅାଯାଇ ନାହିଁ।