ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ଏୟାର୍‌ ଇଣ୍ଡିଆର ଏକ ବିମାନ; ଭୁଲ୍‌ ରନ୍‌େଓ୍ଵରେ କଲା ଅବତରଣ

ନୂଆଦିଲ୍ଲୀ: ଏୟାର୍‌ ଇଣ୍ଡିଆର ଏକ ବିମାନ ଶୁକ୍ରବାର ଏକ ବିରାଟ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏହି ବିମାନଟି ଭୁଲ୍‌ ବଶତଃ ବିମାନ ବନ୍ଦରର ଏକ ନିର୍ମାଣଧୀନ ରନ୍‌େଓ୍ଵରେ ଲ୍ୟାଣ୍ଡିଂ କରିବା ପରେ ମାଲଦୀପର ମାଲେ ଭ୍ୟାଲେନା ଇଣ୍ଟରନ୍ୟସନାଲ୍‌ ବିମାନ ବନ୍ଦରରେ ଅଟକି ରହିଛି। ଆଞ୍ଚଳିକ ଗଣମାଧ୍ୟମ ରିପେର୍ଟ ଅନୁଯାୟୀ, ଏୟାର୍‌ ଇଣ୍ଡିଆର ବିମାନ ଏଆଇ୧୨୬୩ ତ୍ରିବନ୍ଦରମ୍‌ରୁ ମ୍ୟାଲେ୍‌ ଯାଉଥିଲା। ଯିବା ବାଟରେ ବିମାନ ଚକାରେ ତ୍ରୁଟି ପରିଲିକ୍ଷିତ ହୋଇଥିଲା। ବିମାନର ଦୁଇଟି ମୁଖ୍ୟ ଚକାରେ ଅସୁବିଧା ରହିଥିଲା। ଫଳରେ ଲ୍ୟାଣ୍ଡିଂ ବଦଳରେ ବିମାନକୁ ପାର୍କିଂ ଆଡ଼େ ନିଆଯାଇଛି।

ବିମାନରେ ଥିବା ୧୩୬ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏମିତିକି ଏହି ସମୟର ଏକ ଭିଡିଓ ଫୁଟେଜ୍‌ ମଧ୍ୟ ଦେଖିବାକୁ ମିଳିଛି। ଜାଣିବାକୁ ମିଳିଛି ଯେ ବିମାନଟି ଭୁଲବଶତଃ ଅବତରଣ କରିଥିବା ଏହି ନୂଆ ରନ୍‌େଓ୍ଵଟି ନିକଟରେ ସଂପୂର୍ଣ୍ଣ ହୋଇଛି। ଏଥିରେ ବିଜୁଳୀ ସହ ରନ୍‌ସ୍ୱେ ସଂକେତ ସୁବିଧା ଆଦି କରାଯାଇ ସାରିଛି। ଏହି ମାସରେ ଏହା ଖୋଲିପାରେ ବୋଲି ଜାଣିବାକୁ ମିଳିଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ନୂଆ ରନ୍‌େଓ୍ଵଟି ୩,୪୦୦ଫୁଟ୍‌ ଲମ୍ବା ଏବଂ ୬୦ ମିଟର ଚଉଡ଼ା ବିଶିଷ୍ଟ। ଏହି ରନ୍‌େଓ୍ଵ ପାଇଁ ୬୦ ହେକ୍ଟରରୁ ଊର୍ଧ୍ୱ ଜମି ଲାଗିଛି। ଏହାର ନିର୍ମାଣ କାର୍ଯ୍ୟ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର