ଇନ୍ଧନ କମ ଥିବାରୁ ଦିଲ୍ଲୀ ଆସୁଥିବା ବିମାନ ଅମୃତସରରେ ଅବତରଣ କଲା, ବିମାନରେ ଥିଲେ ୫ଜଣ ସାଂସଦ

ନୂଆଦିଲ୍ଲୀ : କୋଲକାତାରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନକୁ ଅମୃତସରରେ ଅବତରଣ କରାଯାଇଥିବା ଜଣାପଡ଼ିଛି । ଇନ୍ଧନର ଅଭାବ ଦେଖାଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ବିମାନରେ ତୃଣମୂଳ କଂଗ୍ରେସର ୫ଜଣ ସାଂସଦ ଥିବା ବେଳେ ସେମାନେ ଦିଲ୍ଲୀ ସଂସଦରେ ଥିବା ବୈଠକରେ ଯୋଗ ଦେବା ପାଇଁ ଆସୁଥିଲେ ।

ସୂଚନା ମୁତାବକ, କୋଲକାତାରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ଏଆଇ-୦୨୧ରେ ଇନ୍ଧନ କମ ହୋଇ ଯାଇଥିବା ଜଣା ପଡ଼ିଥିଲା । ଏହା ସହ ଦିଲ୍ଲୀ ବିମାନ ବନ୍ଦରରେ ଟ୍ରାଫିକ ଅଧିକ ଥିବାରୁ ଏୟାର ଟ୍ରାଫିକ  କଣ୍ଟ୍ରୋଲ ବିମାନକୁ ଅମୃତସରେ ଅବତରଣ କରାଇବା ପାଇଁ ପାଇଲଟଙ୍କୁ କହିଥିଲେ । ବିମାନ ମଧ୍ୟରେ ୩ଜଣ ଲୋକସଭା ସାଂସଦ ଓ ୨ଜଣ ରାଜ୍ୟସଭା ସାଂସଦ ଯାତ୍ରା କରୁଥିଲେ ବୋଲି ଜଣାପଡ଼ିଛି । ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ଇନ୍ଧନ ସମସ୍ୟା ପାଇଁ ଏୟାର ଇଣ୍ଡିଆ ବିମାନକୁ ଅନ୍ୟ ବିମାନବନ୍ଦରରେ ଅବତରଣ କରାଯାଇଛି ।

ସମ୍ବନ୍ଧିତ ଖବର