ଫେରିଲା ଏୟାର ଇଣ୍ଡିଆର ‘ମହାରାଜା’

ଭୁବନେଶ୍ୱର: ଏୟାର ଇଣ୍ଡିଆ ସହ ଯୋଡ଼ି ହୋଇଥିବା ମହାରାଜାକୁ ପୁଣି ଥରେ ଫେରାଇ ଆଣିଛି ଟାଟା କମ୍ପାନି । ଏବେ ଏୟାର ଇଣ୍ଡିଆର କାଉଣ୍ଟର ଗୁଡ଼ିକରେ ପୁଣି ମହାରାଜା ଛିଡ଼ା ହୋଇଥିବା ଦେଖାଯାଉଛି ।

ଭାରତୀୟ ମୂଲ୍ୟବୋଧ ସହ ଯୋଡ଼ିହୋଇଥିବା ଓ ଏହାର ଗୌରବମୟ ଅତୀତର ସ୍ମତିକୁ ତାଜା କରୁଥିବା ମହାରାଜା ପୁଣି ଥରେ ନମେସ୍ତ ସହିତ ଏହାର ଯାତ୍ରୀ ବନ୍ଧୁମାନଙ୍କୁ ସ୍ୱାଗତ କରୁଛି । ନମସ୍ତେ ହେଉଛି ଭାରତୀୟ ଶୁଭେଚ୍ଛା ଯାହା ସବୁ ସଂସ୍କୃତି ଓ ସଭ୍ୟତା ସହ ରହିଆସିଛି ଓ କଂପାନିର ସମସ୍ତ ଗ୍ରାହକମାନଙ୍କୁ ଦୈନିକ ଆଦରଣୀୟ ଓ ଅତୁଳନୀୟ ଆତିଥେୟତା ପ୍ରଦାନ କରୁଛି । ମହାରାଜା, ନମସ୍ତେର ସ୍ପଷ୍ଟ ଆମ୍ବାସାଡର ହୋଇରହିଆସିଛି ଓ ଭାରତୀୟ ଶୁଭେଚ୍ଛା ପ୍ରଦାନ ସଂସ୍କୃତିକୁ ଏହାର ସମସ୍ତ ଉତ୍ସାହ ଓ ବୈଭବ ସହିତ ଆମର ସମସ୍ତ ବିମାନବନ୍ଦରରେ ପୁଣି ଫେରାଇ ଆଣିଥିବାରୁ ଏୟାର୍ ଇଣ୍ଡିଆ ଅତ୍ୟନ୍ତ ଆନନ୍ଦିତ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଆପଣ ଯେତେବେଳେ ଆମର ପରର୍ବତୀ ବିମାନ ସହ ଯାତ୍ରା କରିବେ ସେହି ସମୟରେ ଆପଣଙ୍କୁ ଓ ଆପଣଙ୍କ ପି୍ରୟଜନଙ୍କ ମୁହଁରେ ହସ ଓ ନମେସ୍ତ ଜରିଆରେ ସାଦର ସ୍ୱାଗତ କରିବାକୁ ଏୟାର୍ଲାଇନ୍ସର ଗ୍ରାଉଣ୍ଡ୍ କର୍ମଚାରୀମାନେ ଚାହିଁରହିଛନ୍ତି ।

 

 

ସମ୍ବନ୍ଧିତ ଖବର