ଏୟାର ଇଣ୍ଡିଆ ପୁରୁଷ କ୍ରୁ’ ଚନ୍ଦା ଥିଲେ ଲଣ୍ଡା ହେବେ

ନୂଆଦିଲ୍ଲୀ: ସରକାରଙ୍କ ପାଖରୁ ଟାଟା ଅଧୀନକୁ ଆସିଥିବା ଏୟାର ଇଣ୍ଡିଆ ପକ୍ଷରୁ ଏହାର ପୁରୁଷ କ୍ରୁ ସଦସ୍ୟମାନଙ୍କ ଲାଗି କେଶ ରଖିବାର ନୂଆ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ଯେଉଁ ପୁରୁଷ କ୍ରୁ’ମାନଙ୍କ କେଶ ପତଳା ହୋଇଯାଇଥିବା କିମ୍ବା ସେମାନେ ଚନ୍ଦା ହୋଇଗଲେଣି, ସେମାନଙ୍କୁ ଲଣ୍ଡା ହୋଇଯିବାକୁ କଂପାନି କହିଛି। ଅଳ୍ପ କେଶ, ଅଧା ଚନ୍ଦା ହୋଇଯାଇଥିବା କ୍ରୁ’ ସଦସ୍ୟ ସେହିଭଳି ରହିପାରିବେନି। ସେମାନଙ୍କୁ ସମ୍ପୂର୍ଣ୍ଣ ଲଣ୍ଡା ହେବାକୁ ପଡ଼ିବ। ସେମାନଙ୍କୁ ପ୍ରତିଦିନ ମୁଣ୍ଡ ଲଣ୍ଡା କରିବାକୁ ହେବ। ସେହିପରି, ମହିଳା କ୍ରୁ’ ସଦସ୍ୟମାନଙ୍କ ଲାଗି ମଧ୍ୟ ଏଥିରେ ବହୁ ପରାମର୍ଶ ରହିଛି। ସେମାନେ ପର୍ଲ ଇୟର ରିଙ୍ଗ୍‌ ପିନ୍ଧିପାରିବେନି। ଅତିରିକ୍ତ ବିନ୍ଦି ଲଗାଇପାରିବେନି। ଡିଜାଇନ୍ ହୋଇଥିବା ଓ ଷ୍ଟୋନ ଲାଗିଥିବା ଚୂଡ଼ି ପିନ୍ଧିପାରିବେନି। କେବଳ ଗୋଟିଏ ଚୁଡ଼ି ପିନ୍ଧିବେ।

ସମ୍ବନ୍ଧିତ ଖବର