ଏୟାର ଇଣ୍ଡିଆ ବନ୍ଦ ହେବା ଖବରକୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ପରିଚାଳନା ନିର୍ଦ୍ଦେଶକ ଅଶ୍ବିନୀ ଲୋହାନୀ

ନୂଆଦିଲ୍ଲୀ: ଆଗାମୀ ୬ମାସ ମଧ୍ୟରେ ଏୟାର ଇଣ୍ଡିଆ କମ୍ପାନି ବନ୍ଦ ହେବାକୁ ଯାଉଥିବା ନେଇ ଖବର ମିଳିଥିଲା। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସରକାରୀ ବିମାନ କମ୍ପାନି ଏୟାର ଇଣ୍ଡିଆର ବିକ୍ରି ପାଇଁ ଏବେ ଗ୍ରାହକ ଖୋଜା ଚାଲିଥିବା ବେଳେ ୬ମ‌ାସ ମଧ୍ୟରେ ଗ୍ରାହକ ନ ମିଳିଲେ ଏୟାରଲାଇନକୁ ବନ୍ଦ କରିଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା। ଏବେ ‌ହେଉଥିବା ଚର୍ଚ୍ଚା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଅଶ୍ବିନୀ ଲୋହାନୀ।

ଏଇ କିଛି ଦିନ ମଧ୍ୟରେ ଏୟାରଲାଇନ୍ ବନ୍ଦ ହେବା ନେଇ ଯେଉଁ ଖବର ସବୁ ସାମ୍ନାକୁ ଆସିଛି, ତାକୁ ଗୁଜବ ବୋଲି କହିଛନ୍ତି ଅଶ୍ବିନୀ ଲୋହାନୀ। ତାଙ୍କ କହିବା ମୁତାବକ, ଏୟାର ଇଣ୍ଡିଆ ଆଗକୁ ମଧ୍ୟ ନିଜର ସମସ୍ତ ବିମାନର ଉଡ଼ାଣ ଜାରି ରଖିବ ଓ ଏହାକୁ ବିସ୍ତାର ମଧ୍ୟ କରିବ। ବର୍ତ୍ତମାନ ସମୟରେ ଏୟାର ଇଣ୍ଡିଆ ବଡ଼ ଏୟାରଲାଇନମାନଙ୍କ ମଧ୍ୟରୁ ଗୋଟେ। ଏହାକୁ ଏବେ ବନ୍ଦ କରାଯିବ ନାହିଁ। ସେଥିପାଇଁ ଏଥିରେ ଯାତ୍ରା କରିବାକୁ ପସନ୍ଦ କରୁଥିବା ଯାତ୍ରୀମାନଙ୍କୁ କୌଣସି ପ୍ରକାରର ଚିନ୍ତା କରିବାର ଆବଶ୍ୟକତା ନାହିଁ।

Image result for air-india
The Times of India

କିଛି ଦିନ ତଳେ ଖବର ମିଳିଥିଲା କି, ଆସନ୍ତା ୬ ମାସ ଭିତରେ ଯଦି ଗ୍ରାହକ ନମିଳିବେ ତେବେ କଂପାନିରେ ତାଲା ପଡ଼ିବ। କଂପାନିର ଜଣେ ବରିଷ୍ଠ ଅଧିକାରୀ କହିଥିଲେ, ଏୟାର ଇଣ୍ଡିଆ ମୁଣ୍ଡ‌ରେ ୬୦ ହଜାର କୋଟି ଟଙ୍କାର ଋଣ ରହିଛି। ଏହାର ଘରୋଇକରଣ କରିବା ଲାଗି ସରକାର ଉଦ୍ୟମ କରୁଥିଲେ ମଧ୍ୟ ଗ୍ରାହକ ମିଳୁନଥିବାରୁ କାର୍ଯ୍ୟ ଆଗକୁ ବଢ଼ିପାରୁନାହିଁ। ଯଦି ସ୍ଥିତି ଏଭଳି ରହିବ ତେବେ ଆସନ୍ତା ବର୍ଷ ଜୁନ୍ ସୁଦ୍ଧା କଂପାନିରେ ତାଲା ପଡ଼ିଯିବ। ଏୟାର ଇଣ୍ଡିଆକୁ ଜେଟ୍ ଏୟାରୱେଜ୍ ଭଳି ଦଶା ଭୋଗିବାକୁ ପଡ଼ିପାରେ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର