ମୁମ୍ବାଇ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ସରକାରୀ ବିମାନସେବା ପ୍ରଦାନକାରୀ ଏୟାର ଇଣ୍ଡିଆ ସରକାରୀ ସଂସ୍ଥା ଗୁଡ଼ିକ ପ୍ରତି ପ୍ରଥମ ଥର ପାଇଁ କଠୋର ଆଭିମୁଖ୍ୟ ପୋଷଣ କରିଛି। ୧୦ ଲକ୍ଷ ଟଙ୍କାରୁ ଅଧିକ ବାକି ରଖିଥିବା ସରକାରୀ ସଂସ୍ଥା ଗୁଡ଼ିକୁ ଟିକଟ ବାକିରେ ନଦେବାକୁ ଏୟାର ଇଣ୍ଡିଆ ନିଷ୍ପତ୍ତି ନେଇଛି। ଟିକଟ ପାଇବାକୁ ହେଲେ ୧୦ ଲକ୍ଷ ଟଙ୍କାରୁ ଅଧିକ ବାକି ରଖିଥିବା ସଂସ୍ଥାକୁ ଟିକଟ ପାଇଁ ଅର୍ଥ ପ୍ରଦାନ କରିବାକୁ ପଡ଼ିବ। ପ୍ରଥମ ଥର ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ଟଙ୍କା ବାକି ରଖିଥିବା ସରକାରୀ ସଂସ୍ଥା ଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ସେହି ସଂସ୍ଥା ଗୁଡ଼ିକ ମଧ୍ୟରେ ସିବିଆଇ, ଆଇବି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସୀମା ଶୁଳ୍କ କମିସନର, କେନ୍ଦ୍ରୀୟ ଶ୍ରମ ପ୍ରତିଷ୍ଠାନ, ଇଣ୍ଡିଆନ୍ ଅଡିଟ୍ ବୋର୍ଡ, କଣ୍ଟ୍ରୋଲର ଅଫ୍ ଡିଫେନ୍ସ ଆକାଉଣ୍ଟସ ଏବଂ ସୀମା ସୁରକ୍ଷା ବଳ ଆଦି ରହିଛନ୍ତି। ବିଭିନ୍ନ ସରକାରୀ ସଂସ୍ଥା ଉପରେ ଏୟାର ଇଣ୍ଡିଆର ଟିକଟ ବାବଦରେ ପ୍ରାୟ ୨୬୮ କୋଟି ଟଙ୍କା ବାକି ପଡ଼ିଛି। ଉଲ୍ଲେଖଯୋଗ୍ୟ, ବିମାନ ଯାତ୍ରା ପାଇଁ ସରକାରୀ ଅଧିକାରୀମାନଙ୍କ ପ୍ରଥମ ପସନ୍ଦ ଏୟାର ଇଣ୍ଡିଆ ରହିଥାଏ। ଯଦି ଏୟାର ଇଣ୍ଡିଆର ସେହି ସ୍ଥାନକୁ ସେବା ନଥାଏ ତାହେଲେ ଅଧିକାରୀମାନେ ଘରୋଇ ଏୟାର ଲାଇନ୍ସରେ ଟିକଟ କାଟିଥାନ୍ତି।
ଏୟାର ଇଣ୍ଡିଆର କଠୋର ଆଭିମୁଖ୍ୟ, ବାକି ରଖିଥିବା ସରକାରୀ ସଂସ୍ଥାକୁ ଟିକଟ ଦେବନି
/sambad/media/post_attachments/wp-content/uploads/2019/12/air-india_indiatvpaisa1-860x508.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)