ନୂଆଦିଲ୍ଲୀ : ଏୟାର ଇଣ୍ଡିଆ କ୍ୟାପ୍ଟେନ ରୋହିତ ଭାସିନଙ୍କ ବିରୋଧରେ ଅଷ୍ଟ୍ରେିଲିଆର ରିଜିଓନାଲ ମ୍ୟାନେଜର ପର୍ସ ଚୋରି କରିବାର ଆରୋପ ଲଗାଇଛନ୍ତି । ସିଡ୍ନୀ ବିମାନ ବନ୍ଦରରେ ଥିବା ଦୋକାନରୁ କ୍ୟାପ୍ଟେନ ପର୍ସ ଚୋରି କରିଥିବାର ଆରୋପ ଲଗା ଯାଇଛି । ଏଭଳି ଅଭିଯୋଗ ଆସିବା ପରେ ତାଙ୍କୁ ନିଲମ୍ବିତ କରାଯାଇଥିବା ଜଣା ପଡ଼ିଛି । ଅଭିଯୋଗ ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଏୟାର ଇଣ୍ଡିଆ କ୍ୟାପ୍ଟେନ ରୋହିତ ଭାସିନଙ୍କୁ ନିଲମ୍ବିତ କରିଛି ।
Dailyhuntଏୟାର ଇଣ୍ଡିଆର ପ୍ରବକ୍ତାଙ୍କ କହିବା ଅନୁଯାୟୀ, ଆମକୁ ଏକ ପ୍ରାରମ୍ଭିକ ରିପୋର୍ଟ ମିଳିଛି । ଯେଉଁଥିରେ କ୍ୟାପ୍ଟେନ ରୋହିତ ଭାସିନ ସିଡ୍ନୀ ବିମାନବନ୍ଦରରେ ଥିବା ଡ୍ୟୁଟି ଫ୍ରି ଦୋକାନରୁ ଜିନିଷ ଚୋରି କରିଥିବା ଲେଖା ଯାଇଛି । ଏ ନେଇ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ କୌଣସି ସମାଧାନ ନ ହେବା ପର୍ଯ୍ୟନ୍ତ କ୍ୟାପ୍ଟେନ ରୋହିତ ଭାସିନଙ୍କୁ ନିଲମ୍ବିତ କରାଯାଇଛି । କମ୍ପାନୀ ଜିରୋ ଟଲରେନ୍ସ ନୀତିରେ କାମ କରେ । ଯଦି କୌଣସି କର୍ମଚାରୀ ଏହି ନିୟମ ଉଲ୍ଲଂଘନ କରିବ ତେବେ ତାକୁ ଦଣ୍ଡ ଦିଆଯିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/file72q0wag0q00yrbrlb3t-1561286425.jpg)