ନୂଆଦିଲ୍ଲୀ: ଘରୋଇକରଣ ପରେ ଟାଟା ଗ୍ରୁପ୍ ଅଧୀନକୁ ଆସିଥିବା ବିମାନ କଂପାନି ଏୟାର ଇଣ୍ଡିଆ ପ୍ରାୟ ୩୦୦ ନୂଆ ବିମାନ କିଣିବା ଲାଗି ଯୋଜନା ପ୍ରସ୍ତୁତ କରିଛି। ଏୟାର ଇଣ୍ଡିଆର ରୂପରେଖ ବଦଳାଇବା ଲାଗି ଟାଟା ଯେଉଁ ଯୋଜନା ରଖିଛି ତାହାର ଏହା ଏକ ଅଂଶ। ଆସନ୍ତା ୪-୫ ବର୍ଷ ଭିତରେ ଏହି ସବୁ ବିମାନ କଂପାନି ସହ ଯୋଡ଼ି ହେବ। କଂପାନି ଯେଉଁ ବିମାନଗୁଡ଼ିକୁ କିଣିବ ସେଥିରୁ ୭୦% ହେଉଛି ଅଣଓସାରିଆ ବଡି ଓ ୩୦% ଚଉଡ଼ା ବଡି ଥିବା ବିମାନ। ଏୟାର ଇଣ୍ଡିଆ ବିମାନ କିଣିବା ଲାଗି ଯେଉଁ ବରାଦ ଦେବାକୁ ଯାଉଛି ତାହା ଭାରତୀୟ ବିମାନ ଚଳାଚଳ ଇତିହାସରେ ସର୍ବବୃହତ ବୋଲି ବିଚାର କରାଯାଉଛି। ବିଶ୍ବର ଦୁଇ ପ୍ରମୁଖ ବିମାନ ନିର୍ମାତା ଏୟାରବସ୍ ଓ ବୋଇଂ ସହ ଏଥିପାଇଁ ଏୟାର ଇଣ୍ଡିଆ କଥାବାର୍ତା କରୁଛି। ଦିନକ ପୂର୍ବରୁ ଏୟାରବସ୍ର ମୁଖ୍ୟ ବାଣିଜ୍ୟିକ ଅଧିକାରୀ ଖ୍ରିଷ୍ଟିଆନ ସେରର କହିଥିଲେ ଯେ ଟାଟା ଗ୍ରୁପ୍ ନୂଆ ବିମାନ ଯୋଡ଼ିବାକୁ ଚାହୁଛି। କଂପାନି ଏ୩୫୦ ଚଉଡ଼ା ବଡି ବିମାନ କିଣିବା ଲାଗି ବରାଦ ଦେବାକୁ ମଧ୍ୟ ଯୋଜନା ରଖିଛି। ଇନ୍ଧନ ମିତବ୍ୟୟିତା ପାଇଁ ଏ୩୫୦ ବିମାନ ସାରା ବିଶ୍ବରେ ବେଶ ଲୋକପ୍ରିୟ। ଗତବର୍ଷ ସରକାରଙ୍କ ଠାରୁ ୧୮ ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ଟାଟା କିଣିଥିଲା।
ଏୟାର ଇଣ୍ଡିଆ କିଣିବ ୩୦୦ ନୂଆ ବିମାନ
/sambad/media/post_attachments/wp-content/uploads/2022/04/air-india.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)