ମୁମ୍ବାଇ: ରାଷ୍ଟ୍ରୀୟ ବିମାନ ପରିବହନ କମ୍ପାନି ଏୟାର୍ ଇଣ୍ଡିଆ ଚଳିତ ବର୍ଷ ପାର୍ବଣ ଋତୁରେ ଯାତ୍ରୀଙ୍କ ଚାହିଦାକୁ ଲକ୍ଷ୍ୟ କରି ଆଗାମୀ ୧୬ ତାରିଖଠାରୁ ୪୨୩ଟି ସିଟ୍ ଥିବା ଡବଲ୍-ଡେକର୍ ବୋଇଙ୍ଗ୍ ୭୪୭ର ଉଡ଼ାଣର ଯୋଜନା ରଖିଛି। ଏହି ଡବଲ୍-ଡେକର୍ ଦିଲ୍ଲୀରୁ କୋଲକାତା ଓ ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ ଉଡ଼ାଣ ଭରିବ।
ଡବଲ୍-ଡେକର୍ ବୋଇଙ୍ଗ୍ ୭୪୭ରେ ଫାଷ୍ଟ୍ କ୍ଲାସ୍ରେ ୧୨ଟି ସିଟ୍, ବିଜିନେସ୍ କ୍ଲାସ୍ରେ ୨୬ଟି ସିଟ୍ ଏବଂ ଇକୋନୋମିକ କ୍ଲାସ୍ରେ ୩୮୫ ସିଟ୍ ରହିଛି। ଏହି ବିଶାଳକାୟ ବିମାନ ଅକ୍ଟୋବର ୧୬ ତାରିଖରୁ ୨୧ ତାରିଖ ମଧ୍ୟରେ ଉଡ଼ାଣ ଭରିବ ବୋଲି ଜାଣିବାକୁ ମିଳିଛି। ଦିନକୁ ଏହି ଗୋଟାଏ ବିମାନ ଦିଲ୍ଲୀରୁ ମୁମ୍ବାଇ ଓ ଦିଲ୍ଲୀରୁ କୋଲକାତା ଯାତ୍ରା କରିବ।
ସାଧାରଣତଃ ଏହି ୪ଟି ଇଞ୍ଜିନ୍ ବିଶିଷ୍ଟ ବିମାନ ଅନ୍ତର୍ଜାତୀୟ ଯାତ୍ରାରେ ବ୍ୟବହାର ହୁଏ। ମାତ୍ର ଦୂର୍ଗାପୂଜା ସମୟରେ ଯାତ୍ରୀଙ୍କ ଚାହିଦା ହେତୁ ଚଳିତବର୍ଷ ଏହି ବିମାନର ବ୍ୟବହାର ସକାଶେ ଯୋଜନା କରାଯାଇଛି। ସଂଯୋଗକୁ ୨୦୧୮ ମସିହା ହେଉଛି ବୋଇଙ୍ଗ୍ ୭୪୭ ସଂଚାଳନର ୫୦ତମ ବର୍ଷ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/dc-Cover-cnf669l0m9ulufb39kndivs1t5-20181001125921.Medi_.jpeg)