ମେ ୪ରୁ ବିଭିନ୍ନ ଘରୋଇ ରୁଟ ପାଇଁ ବୁକିଂ ଆରମ୍ଭ କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ଆସନ୍ତା ମେ ୪ ତାରିଖରୁ ଘରୋଇ ବଜାରରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ଏହା ସହିତ ଆସନ୍ତା ଜୁନ ୧ରୁ ଅନ୍ତର୍ଜାତାତୀୟ ବିମାନ ଚଳାଚଳ ଆରମ୍ଭ କରିବାକୁ ମଧ୍ୟ ଯୋଜନା କରୁଛି ।

ଏୟାର ଇଣ୍ଡିଆ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ବର୍ତ୍ତମାନର ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ମେ ୩ ପର୍ଯ୍ୟନ୍ତ କୌଣସି ଡୋମେଷ୍ଟିକ ଫ୍ଲାଇଟ ପାଇଁ ବୁକିଂ ରଖାଯିବ ନାହିଁ । ସେହିପରି ମେ ୩୧ ପର୍ଯ୍ୟନ୍ତ କୌଣସି ଅନ୍ତର୍ଜାତୀୟ ଫ୍ଲାଇଟ ପାଇଁ ବୁକିଂ ରଖାଯିବ ନାହିଁ । ଏହାର ଅର୍ଥ ହେଉଛି ଏୟାର ଇଣ୍ଡିଆର ଡୋମେଷ୍ଟିକ ଫ୍ଲାଇଟ ଆସନ୍ତା ମେ ୩ ପର୍ଯ୍ୟନ୍ତ ଓ ଇଣ୍ଟରନାସନାଲ ଫ୍ଲାଇଟ ମେ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ।
ସୂଚନାଯୋଗ୍ୟ ଯେ ଭାରତରେ ଆସନ୍ତା ମେ ୩ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ଗତ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ । ତେବେ ଗତ ୧୪ ତାରିଖରେ ଏହାକୁ ଆଉ୧୯ ଦିନ ପାଇଁ ବଢାଇଦିଆଯାଇଥିଲା । ଏହି ଲକଡାଉନକୁ ଦୃଷ୍ଟିରେ ରଖ# ବିଭିନ୍ନ ବିମାନ ସେବା କମ୍ପାନି ନିଜର ବୁକିଂ ବନ୍ଦ ରଖିଛନ୍ତି ।

ସମ୍ବନ୍ଧିତ ଖବର