କମ୍ ଗହଣା ପିନ୍ଧିବାକୁ କ୍ରୁ ସଦସ୍ୟଙ୍କୁ କହିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ଘରୋଇ କଂପାନି ଟାଟା ଦ୍ବାରା ପରିଚାଳିତ ହେଉଥିବା ଏୟାର ଇଣ୍ଡିଆ ଏହାର କ୍ରୁ ସଦସ୍ୟମାନଙ୍କୁ କମ୍ ଗହଣା ପିନ୍ଧିବା ଓ ଡ୍ୟୁଟି ଫ୍ରି ସପ୍‌ ପରିଦର୍ଶନ ନକରିବାକୁ ପରାମର୍ଶ ଦେଇଛି। ଇମିଗ୍ରେସନ ଓ ନିରାପତ୍ତା ଯାଞ୍ଚ ଶେଷ କରିବା ପରେ ତୁରନ୍ତ ବୋର୍ଡିଂ ଗେଟ୍‌ ଆଡ଼କୁ ଅଗ୍ରସର ହେବା ଲାଗି ସେମାନଙ୍କୁ କୁହାଯାଇଛି। ବିମାନ ମଧ୍ୟରେ ଯାତ୍ରୀମ‌ାନେ ପ୍ରବେଶ କରୁଥିବା ସମୟରେ କୌଣସି ଖାଦ୍ୟ କିମ୍ବା ପାନୀୟ ଗ୍ରହଣ ନକରି ଯାତ୍ରୀମାନେ କିଭଳି ଶୀଘ୍ର ନିଜ ସିଟ୍‌ରେ ବସିବେ ସେହି ବ୍ୟବସ୍ଥା କରିବାକୁ ସେମାନଙ୍କୁ କୁୂହାଯାଇଛି। କ୍ରୁ ସଦସ୍ୟମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ଲାଗି କଂପାନି ଏଭଳି ପଦକ୍ଷେପ ନେଇଛି। ଗତମାସରେ ସରକାରଙ୍କ ଠାରୁ ଟାଟା ଗ୍ରୁପ୍ ଏୟାର ଇଣ୍ଡିଆର ମାଲିକାନା ହାସଲ କରିଥିଲା। ଏହା ୧୮ ହଜାର କୋଟି ଟଙ୍କାରେ ଏହି ବିମାନ କଂପାନିକୁ କିଣିଛି। ନିକଟରେ ଟାଟା ଗ୍ରୁପ୍‌ର ତିନିଟି ଯାକ ବିମାନ କଂପାନି ଏୟାର ଏସିଆ ଇଣ୍ଡିଆ, ଭିସ୍ତାରା ଓ ଏୟାର ଇଣ୍ଡିଆ ମଧ୍ୟରେ ପରସ୍ପରର ଯାତ୍ରୀଙ୍କୁ ଉଡ଼ାଣ ସୁବିଧା ପ୍ରଦାନ କରିବା ଲାଗି ବୁଝାମଣା ହୋଇଛି।

ସମ୍ବନ୍ଧିତ ଖବର