ଭୁବନେଶ୍ବର: ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ବିମାନ କମ୍ପାନି ଏୟାର ଇଣ୍ଡିଆ ଭାରତୀୟ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ଶୈଳୀରୁ ପ୍ରେରଣା ନେଇ ଏକ ସୁରକ୍ଷା ଭିଡିଓ ପ୍ରସ୍ତୁତ କରିଛି। ସେଥିରେ ଓଡ଼ିଶୀ ନୃତ୍ୟର ଝଲକ ରହିଛି। ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସାଂସ୍କୃତିକ ଭବ୍ୟତାକୁ ଅତି ଚମତ୍କାର ଢଙ୍ଗରେ ସେଥିରେ ପରିବେଷଣ କରାଯାଇଛି। ଓଡ଼ିଶାର ସୁଦୃଶ୍ୟ ବେଳାଭୂମିରେ ଓଡ଼ିଶୀ ନୃତ୍ୟଶିଳ୍ପୀ ସୋନାଲି ଦାସଙ୍କୁ ନୃତ୍ୟ କରୁଥିବାର ଦେଖିବାକୁ ମିଳୁଛି। ସିଟ୍ ଓ ଟ୍ରେ ଟେବୁଲ୍ର କିଭଳି ସୁରକ୍ଷା କରାଯିବ ତାହାକୁ ସେ ନିଜ ନୃତ୍ୟ ଶୈଳୀରେ ବର୍ଣ୍ଣନା କରିଛନ୍ତି। ଏହି ଭିଡିଡ଼ରେ ଓଡ଼ିଶୀ ବ୍ୟତୀତ ଭାରତର ଅନ୍ୟାନ୍ୟ ନୃତ୍ୟଶୈଳୀ ବିହୁ, କଥକ, କଥକଲି, ମୋହିନୀଆଟମ, ଘୁମର ଓ ଗିଧାକୁ ମଧ୍ୟ ବ୍ୟବହାର କରାଯାଇଛି। ପ୍ରତିଟି ନୃତ୍ୟଶୈଳୀ ବିମାନ ଭିତରେ ଏକ ନିର୍ଦ୍ଦିଷ୍ଟ ପ୍ରକାର ସୁରକ୍ଷା ବିଷୟରେ ଜଣାଉଛି। ମ୍ୟାକ୍କ୍ୟାନ୍ ୱାର୍ଲଡ୍ଗ୍ରୁପ୍ର ପ୍ରସୁନ ଯୋଶୀ, କଣ୍ଠଶିଳ୍ପୀ ଶଙ୍କର ମହାଦେବନ ଓ ସିନେମା ନିର୍ଦ୍ଦେଶକ ଭରତବାଲାଙ୍କ ଉଦ୍ୟମରେ ଏହି ସୁରକ୍ଷା ଭିଡିଓ ‘ସେଫ୍ଟି ମୁଦ୍ରାସ୍’କୁ ପ୍ରସ୍ତୁତ କରାଯାଇଛି।
ଏୟାର ଇଣ୍ଡିଆର ବିମାନ ସୁରକ୍ଷା ଭିଡିଓରେ ଓଡ଼ିଶୀ ନୃତ୍ୟର ଝଲକ
/sambad/media/post_attachments/wp-content/uploads/2024/02/gdjgddgyy.jpg)