ନୂଆଦିଲ୍ଲୀ,: ମୁକେଶ ଅମ୍ବାନିଙ୍କ ମୋବାଇଲ୍ କଂପାନି ରିଲାଏନ୍ସ ଜିଓ କାବରାର ଆରମ୍ଭ କରିବା ପରଠାରୁ ଭାରତର ଟେଲିକମ୍ ଶିଳ୍ପରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ଅନେକ ପ୍ରତିଷ୍ଠିତ କଂପାନି ବ୍ୟବସାୟରେ ତିଷ୍ଠି ରହିବାକୁ ସଂଘର୍ଷ କରୁଛନ୍ତି। ଏବେ ଛୋଟ ଏବଂ ବଡ଼ କଂପାନିଗୁଡ଼ିକ ମଧ୍ୟରେ ମିଶ୍ରଣ ପର୍ବ ଆରମ୍ଭ ହୋଇଯାଇଛି। ଭାରତର ମୋବାଇଲ୍ ବ୍ୟବସାୟ କ୍ଷେତ୍ରର ସବୁଠୁ ସଫଳ କଂପାନି କୁହାଯାଉଥିବା ଭାରତୀ ଏୟାରଟେଲ୍ ମଧ୍ୟ ଜିଓର ପ୍ରବେଶ ଦ୍ୱାରା ପ୍ରଭାବିତ ହୋଇଛି। ପ୍ରତିଯୋଗିତାରେ ତିଷ୍ଠି ରହିବା ପାଇଁ ଏହା କିଛି ମାସ ପୂର୍ବେ ଟେଲିନର୍କୁ ଖରିଦ କରିଥିଲା। ଏବେ ଏୟାରସେଲ୍କୁ କିଣିବା ପାଇଁ କଂପାନିର ମୁଖ୍ୟ ସୁନୀଲ ମିତ୍ତଲ ଆଗ୍ରହ ପ୍ରକାଶ କରିଛନ୍ତି। ଏୟାରସେଲ୍ ଏବଂ ଅନିଲ ଅମ୍ବାନିଙ୍କ କଂପାନି ରିଲାଏନ୍ସ କମ୍ୟୁନିକେସନ ମଧ୍ୟରେ ମିଶ୍ରଣକୁ ନେଇ ଆଲୋଚନା ଚାଲିଥିଲା। ମାତ୍ର ବିଭିନ୍ନ କାରଣ ଯୋଗୁଁ ଆଲୋଚନା ସଫଳ ହୋଇନଥିଲା। ଇକୋନମିକ୍ ଟାଇମସ୍କୁ ଦେଇଥିବା ଏକ ସାକ୍ଷାତକାରରେ ଭାରତୀ ଏୟାରଟେଲ୍ର ମୁଖ୍ୟ ସୁନୀଲ ମିତ୍ତଲ କହିଛନ୍ତି ଯେ ଆମେ ଏୟାରସେଲ୍ ସହିତ ଅଧିଗ୍ରହଣ ଆଲୋଚନା କରିବାକୁ ପ୍ରସ୍ତୁତ। ସେ କହିଛନ୍ତି ଏୟାରସେଲ୍ ପାଖରେ ଏବେ ଦୁଇଟି ବିକଳ୍ପ ରହିଛି। ତାହା ହେଉଛି ଏହା ଭୋଡାଫୋନ୍-ଆଇଡିଆର ମିଶ୍ରଣରେ ଗଠିତ ହେବାକୁ ଥିବା ସଂସ୍ଥା ସହିତ ମିଶିବ, ଅନ୍ୟଥା ଏୟାରଟେଲ୍ ସହିତ ମିଶିବ। ଯଦି କେବେ ମିଶ୍ରଣ ଆଲୋଚନାର ସୁଯୋଗ ସୃଷ୍ଟି ହେବ, ସେଥିରେ ଏୟାରଟେଲ୍ ନିଶ୍ଚିତ ରୂପେ ଭାଗ ନେବ ବୋଲି ସେ କହିଛନ୍ତି। ଜିଓ ପକ୍ଷରୁ ଦିଆଯାଇଥିବା ମାଗଣା ସେବା ଯୋଗୁଁ ଭାରତୀୟ ଟେଲିକମ୍ ଶିଳ୍ପରେ ହେବାକୁ ଥିବା ୪୦-୫୦ ବିଲିଅନ ଡଲାର ପୁଞ୍ଜିନିବେଶ ଅଟକି ଯାଇଥିଲା ବୋଲି ଶ୍ରୀ ମିତ୍ତଲ କହିଛନ୍ତି।
ଏୟାରସେଲ୍କୁ କିଣିପାରେ ଏୟାରଟେଲ୍
/sambad/media/post_attachments/wp-content/uploads/2017/11/aircel-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)