ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳର ରାଜ୍ୟ ମନ୍ତ୍ରୀ ଜୟନ୍ତ ସିହ୍ନା ମଙ୍ଗଳବାର କହିଛନ୍ତି ଯେ ବିମାନରେ ଯାତ୍ରା କରିବା ଅଟୋ-ରିକ୍ସାରେ ଯାତ୍ରା କରିବାଠାରୁ ଶସ୍ତା। ଆଜିର ବିମାନ ଭଡ଼ା ଅଟୋ-ରିକ୍ସାର ଭଡ଼ା ଅପେକ୍ଷା ଯଥେଷ୍ଟ କମ୍ ବୋଲି ସେ କହିଛନ୍ତି। ଆପଣ ପଚାରି ପାରନ୍ତି ତାହା କିପରି ସମ୍ଭବ? ଯଦି ଜଣେ ଲୋକ ଅଟୋ-ରିକ୍ସାରେ ଯାତ୍ରା କରୁଛନ୍ତି ତେବେ ଭଡ଼ା ଲାଗୁଛି କିଲୋମିଟର ପିଛା ୫ ଟଙ୍କା। ମାତ୍ର ସେହିଭଳି ବିମାନରେ କିନ୍ତୁ କିଲୋମିଟର ପିଛା ୪ଟଙ୍କା ଲାଗୁଛି।
ଏପରି ମତ ସିହ୍ନା ପ୍ରଥମ ଥର ଦେଇ ନାହାନ୍ତି। ଚଳିତବର୍ଷ ଫେବ୍ରୁଆରିରେ ବି ଜୟନ୍ତ ସିହ୍ନା ବିମାନ ସହ ଆଟୋ-ରିକ୍ସା ଭଡ଼ାର ତୁଳନା କରି ମତାମତ ଦେଇଥିଲେ। ଆଜିକାଲି ଯାତ୍ରୀମାନେ ଇନ୍ଦୋର୍ରୁ ଦିଲ୍ଲୀ ଯିବା ପାଇଁ କିଲୋମିଟର ପିଛା ୫ ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ଆପଣ ଅଟୋ-ରିସ୍କା ଭଡ଼ା ଭାବେ କିଲୋମିଟର ପିଛା ୭ ରୁ ୮ ଟଙ୍କା ଦେଉଛନ୍ତି ବୋଲି ସିହ୍ନା ଅତୀତରେ ମତ ରଖିଥିଲେ।
Today airfare is less than that of an auto-rickshaw. You'll ask how is that possible? When two people take an auto-rickshaw they pay fare of Rs 10 which means they're charged Rs 5/km but when you go by air you are charged Rs 4/km: Jayant Sinha, MoS Civil Aviation (03.09.2018) pic.twitter.com/orbwOvdDLJ
— ANI UP (@ANINewsUP) 4 September 2018
ମନ୍ତ୍ରୀ ସିହ୍ନା ଆହୁରି ବି କହିଛନ୍ତି ଯେ ସରକାର ଚାହୁଁଛନ୍ତି ଧୀରେ ଧୀରେ ବିମାନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉ। ସେ କହିଛନ୍ତି କି ଏବେ ସୁଦ୍ଧା ପ୍ରାୟ ୧୧ କୋଟି ଯାତ୍ରୀ ବିମାନରେ ଯାତାୟତ କରୁଛନ୍ତି। ବିମାନ ଯାତ୍ରୀଙ୍କ ସଂଖ୍ୟା ସରକାର ଏହି ବର୍ଷ ସୁଦ୍ଧା ୨୦ କୋଟି କରିବାର ଯୋଜନା ରଖିଛନ୍ତି।