ନୂଆଦିଲ୍ଲୀ, ୨୯/୫: ଜୁନ୍ ପହିଲାରୁ ଦେଶ ଭିତରେ ବିଭିନ୍ନ ସ୍ଥାନକୁ ବିମାନରେ ଯାତ୍ରା କରିବା ଲାଗି ଅଧିକ ଗଣିବାକୁ ପଡ଼ିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଡୋମେଷ୍ଟିକ୍ ବିମାନ ଟିକଟର ସର୍ବନିମ୍ନ ମୂଲ୍ୟରେ ୧୩ରୁ ୧୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଚାଳିଶ ମିନିଟ୍ରୁ କମ୍ ସମୟ ଆକାଶରେ ଉଡ଼ୁଥିବା ବିମାନର ସର୍ବନିମ୍ନ ଭଡ଼ାକୁ ୨୩୦୦ ଟଙ୍କାରୁ ବଢ଼ାଇ ୨୬୦୦ ଟଙ୍କା କରାଯାଇଛି। ସେହିପରି ୪୦ ମିନିଟ୍ରୁ ଏକ ଘଣ୍ଟାର ବିମାନ ପାଇଁ ଏହି ମୂଲ୍ୟ ୨୯୦୦ ଟଙ୍କାରୁ ବଢ଼ାଇ ୩୩୦୦ ଟଙ୍କା କରାଯାଇଛି। ଏକ ଘଣ୍ଟାରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଉଡ଼ୁଥିବା ବିମାନ ଲାଗି ୪୦୦୦ ଟଙ୍କା, ୯୦-୧୨୦ ମିନିଟ୍ର ବିମାନ ଲାଗି ୪୭୦୦ ଟଙ୍କା, ୧୫୦-୧୮୦ ମିନିଟ୍ର ବିମାନ ଲାଗି ୬୧୦୦ ଟଙ୍କା ଓ ୧୮୦-୨୧୦ ମିନିଟ୍ର ବିମାନ ଲାଗି ୭୪୦୦ ଟଙ୍କା ଭଡ଼ା ଲାଗିବ। ବର୍ତ୍ତମାନ ସମୟରେ ବିମାନ ଟିକଟ ଦାମ୍ ୩୦୦-୧୦୦୦ ଟଙ୍କା ପର୍ଯ୍ୟନ୍ତ କମ୍ ରହିଛି। ଜୁନ୍ ୧ରୁ ଦିଲ୍ଲୀ-ମୁମ୍ବାଇ ବିମାନରେ ଯାତ୍ରା କରିବା ଲାଗି ଅଧିକ ୭୦୦ ଟଙ୍କା ଗଣିବାକୁ ପଡ଼ିବ। କରୋନା ମହାମାରୀର ଦ୍ବିତୀୟ ଲହରରେ ହଠାତ୍ ଯାତ୍ରୀ ସଂଖ୍ୟା ହ୍ରାସ ପାଇବାରୁ ବାଣିଜ୍ୟିକ ଦୃଷ୍ଟିରୁ ଏକ ଯେଭଳି ଆକାଶରେ ଉଡ଼ିପାରିବ ତାହା ନିଶ୍ଚିତ କରିବା ଲାଗି ସର୍ବନିମ୍ନ ଟିକଟ ମୂଲ୍ୟରେ ବୃଦ୍ଧି କରାଯାଇଛି। ପୂର୍ବରୁ ବିମାନ କ୍ଷମତାକୁ ୮୦%ରେ ସୀମା ଧାର୍ଯ୍ୟ କରାଯାଇଥିବା ବେଳେ ଏବେ ତାହା ୫୦%କୁ ହ୍ରାସ କରାଯାଇଛି। ସର୍ବନିମ୍ନ ବିମାନ ଭଡ଼ାରେ ଯେଉଁ ବୃଦ୍ଧି କରାଯାଇଛି ସେଥିରେ ଟିକସ ଓ ବିମାନ ବନ୍ଦର ବିକାଶ ଫି' ଆଦି ଲାଗୁ କରାଯାଇନାହିଁ। ଟିକଟ କିଣିବା ବେଳେ ଯାତ୍ରୀମାନଙ୍କୁ ଏହି ଶୁଳ୍କ ଗଣିବାକୁ ପଡ଼ିବ। ଏହା ପୂର୍ବରୁ ମନ୍ତ୍ରଣାଳୟ ପକ୍ଷରୁ ୨୦୨୧ ଫେବ୍ରୁଆରିରେ ଟିକଟର ସର୍ବନିମ୍ନ ମୂଲ୍ୟରେ ୧୦ରୁ ୧୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
ଦେଶ ଭିତରେ ବିମାନ ଯାତ୍ରା ମହଙ୍ଗା ହେବ: ଜୁନ୍ ୧ରୁ ସର୍ବନିମ୍ନ ଭଡ଼ାରେ ୧୩-୧୬% ବୃଦ୍ଧି
/sambad/media/post_attachments/wp-content/uploads/2021/05/flight.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)