ଏୟାର ଏସିଆର ଆକର୍ଷଣୀୟ ଅଫର: ୯୯୯ ଟଙ୍କାରେ କରନ୍ତୁ ବିଦେଶ ଭ୍ରମଣ, ଭୁବନେଶ୍ୱର ପାଇଁ ରହିଛି ସ୍ୱତନ୍ତ୍ର ଅଫର

ନୂଆଦିଲ୍ଲୀ : ଆପଣ ନିକଟରେ ବିମାନ ଯାତ୍ରା କରିବା ପାଇଁ ଚିନ୍ତା କରୁଛନ୍ତି କି , ଏବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ନେଇ ଆସିଛି ଏୟାର ଏସିଆ । ପ୍ରତି ବର୍ଷ ଭଳି ଏଥର ମଧ୍ୟ ଏୟାର ଏସିଆ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ଅଫର ନେଇ ଆସିଛି । ଅଫର ଅନୁଯାୟୀ, କେବଳ ୯୯୯ ଟଙ୍କାରେ ଜଣେ କେବଳ ଘରୋଇ ନୁହଁ ବରଂ କିଛି ଅନ୍ତର୍ଜାତିକ ବିମାନ ଯାତ୍ରା ମଧ୍ୟ କରିପାରିବେ । ତେବେ ଏହି ଅଫରରେ ଭୁବନେଶ୍ୱରରୁ ଯାଉଥିବା ବିମାନ ବି ସାମିଲ୍‌ ରହିଛି। ଏହାର ଟିକେଟ ମୂଲ୍ୟ ମଧ୍ୟ କମ ରହିଛି।

HotDeals 360

କ’ ଣ ରହିଛି ଅଫର : ଏୟାର ଏସିଆର େଓ୍ଵବସାବଇଟ୍‌ ଅନୁଯାୟୀ ଏହି ଅଫର ମଧ୍ୟରେ ବେଙ୍ଗାଲୁରୁ , ଗୋଆ , କୋଲକାତା, ହାଇଦ୍ରାବାଦ , ରାଞ୍ଚି ଆଦି ସହର ସାମିଲ ରହିଥିବା ବେଳେ ଆର୍ନ୍ତଜାତିକ ଉଡାଣ କ୍ଷେତ୍ରରେ ଏସିୟା , ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡର ସହର ସାମିଲ ରହିଛି। ଏହି ଅଫରଟି ୨୧ରୁ ୨୭ ମେ ୨୦୧୮ ମଧ୍ୟରେ ବୁକ୍‌ କରାଯାଇଥିବା ଟିକେଟ ଉପରେ ଲାଗୁଥିବା ବେଳେ ଏହି ଟିକେଟ ଦ୍ୱାରା ଆପଣ ୧ ନଭେମ୍ବର ୨୦୧୮ ରୁ ୧୩ ଅଗଷ୍ଟ ୨୦୧୯ ମଧ୍ୟରେ ଯାତ୍ରା କରିବାର ସମୟ ନିର୍ଦ୍ଧାରଣ କରାଯାଇଛି।

thehansindia.com

ସୂଚନା ଅନୁଯାୟୀ କୋଚି-ବେଙ୍ଗାଲୁରୁ , ବେଙ୍ଗାଲୁରୁ –କୋଚି , ଚେନ୍ନାଇ-ବେଙ୍ଗାଲୁରୁ ପାଇଁ ଟିକେଟ ମୂଲ୍ୟ ରହିଛି୯୯୯ ଟଙ୍କା। ଏଥିସହ ଭୁବନେଶ୍ୱର –ବେଙ୍ଗାଲୁରୁ , ଭୁବନେଶ୍ୱର- ହାଇଦ୍ରାବାଦ , ଭୁବନେଶ୍ୱର-ଚେନ୍ନାଇ ପାଇଁ ଟିକେଟ ମୂଲ୍ୟ ୧୬୯୯ ଟଙ୍କା ଓ ଭୁବନେଶ୍ୱର –କୋଲକାତା ଲାଗିା ଟିକେଟ ମୂଲ୍ୟ ରହିଛି୧୧୯୯ ଟଙ୍କ। ସେହିପରି ବେଙ୍ଗାଲୁରୁ-ରାଞ୍ଚି, ରାଞ୍ଚି- କୋଲକାତା ପାଇଁ ରହିଛି ୧୯୯୯ଟଙ୍କା ।
ଆନ୍ତର୍ଜାତିକ ବିମାନ ପାଇଁ ଭୁବନେଶ୍ୱରରୁ ବିମାନଗୁଡ଼ିକ ପାଇଁ ରହିଛି ଆକର୍ଷଣୀୟ ଅଫର । ଭୁବନେଶ୍ୱର – କୁଆଲାମ୍ପପୁର –ଜକାର୍ତ୍ତା ପାଇଁ ଟିକେଟ୍‌ ମୂଲ୍ୟ ୨୨୫୫ ଟଙ୍କା ରହିଥିବା ବେଳେ ଭୁବନେଶ୍ୱର- କୁଆଲାମ୍ପପୁର- ବ୍ୟାଙ୍କକ୍‌ ପାଇଁ ୪୬୩୨ ଟଙ୍କା ଟିକେଟ ମୂଲ୍ୟ ରହିଛି। ତେବେ ଏହି ଅଫରର ସମ୍ବନ୍ଧୀୟ ଅନ୍ୟ ସମସ୍ତ ସୂଚନା ଅପଣଙ୍କୁ ଏୟାର ଏସିଆର ସାଇଟ୍‌ରେ ମିଳିଯିବ ।

ସମ୍ବନ୍ଧିତ ଖବର