ଏୟାରଏସିଆର ଲୋଭନୀୟ ଅଫର, ମାତ୍ର ୨୬୯୯ ରେ ବିଦେଶ ଯାତ୍ରା

ଭୁବନେଶ୍ୱର: କମ୍‌ ମୂଲ୍ୟରେ ବିମାନ ସେବା ଯୋଗାଇ ଦେଉଥିବା ଏୟାର ଏସିଆ ପକ୍ଷରୁ ଏକ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି । ଏହି ଅଫର ମାଧ୍ୟମରେ ଯାତ୍ରୀମାନେ ଦେଶମଧ୍ୟରେ ମାତ୍ର ୮୯୯ ଟଙ୍କାରେ ଓ ମାତ୍ର ୨୬୯୯ ଟଙ୍କାରେ ବିଦେଶ ଯାତ୍ରା କରିପାରିବେ ।

ଏହି ଅଫରର ନାଁ ରହିଛି ଆର୍ଲି ବାର୍ଡ ସେଲ ଓ ଏହା ମାଧ୍ୟମରେ ଏୟାର ଏସିଆ ଭାରତରେ ଥିବା ତାହାର ନେଟୱାର୍କ ସମେତ ଅଷ୍ଟ୍ରେଲିଆ, ଏସିଆ ମହାଦେଶମାନଙ୍କ ମଧ୍ୟରେ ଥିବା ୧୨୦ ଟି ଗନ୍ତବ୍ୟସ୍ଥଳକୁ ଏହି ଅଫର ସୁବିଧା ପ୍ରଦାନ କରୁଛି ।

ଯାତ୍ରୀମାନେ ମାତ୍ର ୮୯୯ ଟଙ୍କାରେ ବେଙ୍ଗାଲୁରୁ, ରାଞ୍ଚି, ଜୟପୁର, ଭୁବନେଶ୍ୱର, ଭାଇଜାଗ୍‌, ଗୋଆ, କୋଚି, ହାଇଦ୍ରାବାଦ୍‌, ପୁନେ, ଗୁଆହାଟି, ଚେନ୍ନାଇ, କୋଲକାତା ଭଳି ଅନେକ ସ୍ଥାନକୁ ଯାତ୍ରା କରିପାରିବେ । ପୁଣି ବିଦେଶ ଯିବାକୁ ଆଶା କରୁଥିବା ଲୋକମାନେ ସର୍ବନିମ୍ନ ମାତ୍ର ୨୬୯୯ ଟଙ୍କାର ଭଡ଼ାରେ ଭାରତରୁ ବ୍ୟାଙ୍କକ୍‌, କୁଆଲାଲାମ୍ପପୁର, ବାଲି, ଫୁକେଟ୍‌, ସିଡ୍‌ନି, ମେଲ୍‌ବର୍ଣ୍ଣ ଏବଂ ସିଙ୍ଗାପୁର୍‌ ଭଳିି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ । ତେବେ ଏହା କେବଳ ଗୋଟିଏ ପଟର ଭଡ଼ା । ଫେରିବା ଭଡ଼ା ପାଇଁ ଆଉ ଥରେ ଟିକେଟ କାଟିବାରୁ ହେବ । ଏହି ଅଫରର ସୁବିଧା ଉଠାଇବାକୁ ହେଲେ ଯାତ୍ରୀମାନଙ୍କୁ ୨୯ଜାନୁଆରୀ ୨୦୧୮ରୁ ୪ଫେବୃଆରୀ ୨୦୧୮ ମଧ୍ୟରେ ବୁକିଂ କରିବାକୁ ହେବ ଓ ୧ ଅଗଷ୍ଟ ୨୦୧୮ ରୁ ୩୧ ଜାନୁଆରୀ ୨୦୧୯ ମଧ୍ୟରେ ଯାତ୍ରା କରିବାକୁ ହେବ । ପୁଣି କେବଳ ଏୟାରଏସିଆ ଇଣ୍ଡିଆର େଓ୍ଵବସାଇଟ ଓ ଆପ ରେ ଟିକେଟ୍‌ ବୁକିଂ କରିବାକୁ ହେବ ।

ଏୟାର ଏସିଆ ଇଣ୍ଡିଆ ଏବେ ଭାରତର ୧୬ଟି ସହର ମଧ୍ୟରେ ଚଳାଚଳ କରୁଛି । ଫେବ୍ରୁଆରୀ ୨୪ରେ ଏହା ଚେନ୍ନାଇକୁ ଉଡ଼ାଣ ଆରମ୍ଭ କରିବ ।

ସମ୍ବନ୍ଧିତ ଖବର