୧୨୭୯ ନୂଆ ସୁଇଫ୍ଟ ଓ ଡିଜେୟାରକୁ ଫେରାଇ ଆଣିବ ମାରୁତି; ମାଗଣାରେ ବଦଳାଇବ ତ୍ରୁଟିଯୁକ୍ତ ଯନ୍ତ୍ରାଂଶ

ନୂଆଦିଲ୍ଲୀ: ଦେଶର ସର୍ବବୃହତ କାର ନିର୍ମାତା ମାରୁତି ସୁଜୁକି ବଜାରକୁ ଛଡା ଯାଇଥିବା ୧୨୭୯ଟି ନୂଆ ମଡେଲର ମାରୁତି ସୁଇଫ୍ଟ ଏବଂ ଡିଜେୟାରକୁ ଫେରାଇ ଆଣିବାକୁ ଘୋଷଣା କରିଛି । ଏହି ସବୁ ଗାଡ଼ିରେ ଏୟାର ବ୍ୟାଗ୍‌ରେ ତ୍ରୁଟି ରହିଥିବା ଯୋଗୁଁ ଏପରି ପଦକ୍ଷେପ ନେଇଛି ମାରୁତି। ମରୁତି ସୁଜୁକିର ମୁଖପାତ୍ର କହିଛନ୍ତି କି ୨୦୧୮ ମେ ୭ ରୁ ୫ ଜୁଲାଇ ମଧ୍ୟରେ ନିର୍ମିତ ୧୨୭୯ଟି(୫୬୬ ନୂଆ ସୁଇଫ୍ଟ ଓ ୭୧୩ ନୂଆ ଡିଜାଷ୍ଟାର) କାରର ଏୟାରବ୍ୟାଗ୍‌ରେ ନିର୍ମାଣଗତ ତ୍ରୁଟି ରହିଛି। ତେଣୁ ସେ ଗାଡ଼ିଗୁଡ଼ିକୁ ଫେରାଇ ଆଦେଶ ନିଷ୍ପତ୍ତି ନେଇଛି କମ୍ପାନି।

ଜୁଲାଇ ୨୫ ତାରିଖରୁ ମାରୁତି ଆରମ୍ଭ କରିଛି ରିକଲ୍‌ କ୍ୟାମ୍ପେନ୍‌ । ମାରୁତିର ଡିଲର୍‌ମାନେ ଉପରୋକ୍ତ ମଡେଲର ଗାଡ଼ି କିଣିଥିବା ଗ୍ରାହକଙ୍କୁ ଯୋଗାଯୋଗ କରିବେ। ସେମାନଙ୍କୁ ଗାଡ଼ି ନେଇ ଡିଲର୍‌ଙ୍କ ନିକଟକୁ ଆସିବାକୁ କୁହାଯିବ। ଏହାପରେ ସଂପୂର୍ଣ୍ଣ ମାଗଣାରେ ତୃଟିଯୁକ୍ତ ଯନ୍ତ୍ରାଂଶକୁ କାଢି ନିଆଯାଇ ନୂତନ ଯନ୍ତ୍ରାଂଶ ଖଞ୍ଜାଯିବ।

ଉଲ୍ଲେଖଯୋଗ୍ୟ କି ଚଳିତ ବର୍ଷ ଫେବୃଆରିରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଅଟୋ ଏକ୍ସପୋରେ ମାରୁତି ଏହି ଦୁଇଟି ମଡେଲ୍‌ ବଜାର ପ୍ରବେଶ କରାଇଥିଲା।

ସମ୍ବନ୍ଧିତ ଖବର