ଜାନୁଆରି ୩୦ପରେ ବନ୍ଦ ହୋଇଯିବ ଏହି ଟେଲିକମ୍‌ କମ୍ପାନିର ସେବା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଆସିବା ପରେ ଟେଲିକମ୍‌ ସେକ୍ଟରରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ ରିଲାଏନ୍ସ ଜିଓର ଅଫରକୁ ଦୃଷ୍ଟିରେ ରଖି ଅନ୍ୟ ଟେଲିକମ୍‌ କମ୍ପାନି ସେମାନଙ୍କ ଅଫରରେ ପରିବର୍ତ୍ତନ କରିବାରେ ଲାଗିଥିଲେ। ଟେଲିକମ୍‌ କମ୍ପାନି ବିଭିନ୍ନ ପ୍ରକାର ଡାଟା ପ୍ଲାନ୍‌ ଲୋଭ ଦେଖାଇ ଗ୍ରାହକଙ୍କୁ ଅକୃଷ୍ଟ କରିବା ପାଇଁ ଚେଷ୍ଟା କରିଥିଲେ। ତେବେ ଏହି କ୍ରମରେ ରିଲାଏନ୍ସ ଜିଓକୁ ଟକ୍କର ଦେବାକୁ ଅନ୍ୟସବୁ କମ୍ପାନି ଅଣ୍ଟାଭିଡିଥିବା ବେଳେ ଏୟାରସେଲ ତାର ସେବାକୁ ବନ୍ଦ କରିଦେବାକୁ ଯାଉଛି।

୨୦୧୮ ଜାନୁଆରି ୩୦ରୁ ଏୟାରସେଲ ସେବା ବନ୍ଦ ହୋଇଯିବ। କମ୍ପାନି ୬ଟି ରାଜ୍ୟରେ ନିଜର ସେବାକୁ ବନ୍ଦ କରିବାକୁ ଯାଉଛି। ଏୟାରସେଲ ସେବା ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ ଓ େଓ୍ଵଷ୍ଟ ଉତ୍ତର ପ୍ରଦେଶ ଆଦି ୬ଟି ରାଜ୍ୟରେ ବନ୍ଦ ହୋଇଯିବ। ଟ୍ରାଇ ସେବାକୁ ବନ୍ଦ କରିବା ପାଇଁ ନିଶ୍ଚିତ କରିଥିବା ସମୟସୀମା ମଧ୍ୟରେ ଏୟାରସେଲର ଗ୍ରାହକଙ୍କୁ ନମ୍ବର ପୋର୍ଟ କରିବା ପାଇଁ ସୂଚନା ଦେଇଛନ୍ତି।

ଏଥିସହିତ ଟ୍ରାଇ କମ୍ପାନିଙ୍କୁ ମଧ୍ୟ ସୂଚିତ କରି କହିଛନ୍ତି, ନିଜର ଗ୍ରାହକଙ୍କୁ ନମ୍ବର ପୋର୍ଟ କରିବାରେ ଏୟାରସେଲ ସାହାଯ୍ୟ କରିବ। ଏୟାରସେଲ ଲିମିଟେଡ ଓ ଡିସନେଟ ଓୟାରଲେସ୍‌ ଲିମିଟେଡ ୬ଟି ରାଜ୍ୟ ପାଇଁ ଥିବା ଲାଇସେନ୍ସ ଟ୍ରାଇକୁ ଫେରାଇ ଦେଇଛି।

ଟ୍ରାଇ ନିୟମ ମୁତାବକ, ଲାଇସେନ୍ସ ଫେରାଇବାର ୬୦ଦିନ ମଧ୍ୟରେ ଏୟାରସେଲ ସେବାକୁ ବନ୍ଦ କରି ଦିଆଯିବ। ଏହି ଅବଧି ୨୦୧୮, ଜାନୁଆରି ୩୦କୁ ପୂରା ହୋଇଯିବ। ଏୟାରସେଲର ସେବା ବନ୍ଦ ହେବାକୁ ଥିବା ଏହି ୬ଟି ରାଜ୍ୟର ୪୦ହଜାର ଗ୍ରାହକ ରହିଛନ୍ତି। ଟ୍ରାଇ ଏୟାରସେଲ ବ୍ୟବହାରକାରୀଙ୍କୁ ୨୦୧୮ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ନମ୍ବର ପୋର୍ଟ କରିବା ପାଇଁ ସୂଚନା ଦେଇଛି। ଯେଉଁମାନେ କି ୯୦ଦିନ ମଧ୍ୟରେ ଏୟାରସେଲ ସହିତ ଯୋଡ଼ି ହୋଇଛନ୍ତି।

ସମ୍ବନ୍ଧିତ ଖବର