ମୁମ୍ବାଇ: ମୁମ୍ବାଇ-ଅହମ୍ମଦାବାଦ ଶତାବ୍ଦୀ ଏକ୍ସପ୍ରେସ୍ ଖୁବ୍ ଶୀଘ୍ର ଏକ ନୂତନ କୋଚ ନେଇ ଆସୁଛି। ଯାହାର ନାମ ‘ଅରୁନ୍ଧତୀ ଲଗଜୁରୀ କୋଚ’ ରଖାଯାଇଛି। ଏହି କୋଚରେ ବିମାନ ଭଳି ସୁବିଧାମାନ ରହିଛି। କୋଚରେ ଯାତ୍ରୀ ବସିବା ପାଇଁ ୫୬ଟି ଶୀତତାପ ନିୟନ୍ତ୍ରିତ ସିଟ୍ରେ ଏଲ୍ସିଡି ଖଞ୍ଜା ଯିବା ସହିତ ପାଦ ରଖିବା ପାଇଁ ସତନ୍ତ୍ର ସୁବିଧା ଓ ବାୟୋଟଏଲେଟ ରହିଛି। ଯାତ୍ରା ସମୟରେ ଯାତ୍ରୀ ଗୀତ ଓ ସିନେମାର ମଜା ବି ନେଇ ପାରିବେ। କୌଣସି ଯାତ୍ରୀଙ୍କୁ ଯେଭଳି ଅସୁବିଧା ନ ହେବ ସେନେଇ ସମସ୍ତ ଏଲସିଡିରେ ହେଡଫୋନ୍ ମଧ୍ୟ ଦିଆଯାଇଛି। ଏହି କୋଚକୁ ଭାରତୀୟ ରେଳର ଇଣ୍ଟିଗ୍ରାଲ୍ କୋଚ ଫେକ୍ଟ୍ରି (ଆଇସିଏଫ୍) ୨.୮୪ କୋଟି ବିନିମୟରେ ତିଆରି କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପଶ୍ଚିମ ରେଳବାଇର ମୁମ୍ବାଇ ସେଣ୍ଟ୍ରାଲ ୟାର୍ଡ ଶତାବ୍ଦୀ ଟ୍ରେନ୍ ଆଗାମୀ ବର୍ଷ ଯାତ୍ରା ଆରମ୍ଭ କରିବ। ଡବ୍ଲ୍ୟୁଆର୍ ଚିଫ୍ ପିଅାରଓ ରବୀନ୍ଦ୍ର ଭାକର କହିଛନ୍ତି, ବିମାନ ଭଳି ସୁବିଧା ଥିବା ଏହି କୋଚକୁ ଖୁବ୍ ଶୀଘ୍ର ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ କରାଇବୁ। ନୂତନବର୍ଷରେ ଏହାର ଶୁଭାରମ୍ଭ ହୋଇପାରେ ବୋଲି ଆଶା ରଖାଯାଇଛି। ରେଲେଓ୍ଵ ବୋର୍ଡ ଏହାର ଶେଷ ନିଷ୍ପତ୍ତି ନେବା ଏଯାବତ୍ ବାକି ଅଛି।