ନୂଆଦିଲ୍ଲୀ: ଚଳିତ ମାସ ୨୭ରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ସ୍ବାଭାବିକ ହେବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିବାରୁ ଆକାଶରେ ଅଧିକ ବିମାନ ଉଡ଼ିବ। ଏହାର ପ୍ରଭାବରେ ଟିକଟ ୪୦% ପର୍ଯ୍ୟନ୍ତ ଶସ୍ତା ହେବ ବୋଲି ଆକଳନ କରାଯାଇଛି। ୨୦୨୦ରେ କୋଭିଡ୍ ମହାମାରୀ ବ୍ୟାପିବା ପରଠାରୁ ଆନ୍ତର୍ଜାତିକ ବିମାନ ଉଡ଼ାଣ ବନ୍ଦ ରହିଛି। ଦୁଇ ବର୍ଷର ବ୍ୟବଧାନ ପରେ ପୁଣି ଥରେ ବିଦେଶକୁ ବିମାନ ଉଡ଼ାଣ ସ୍ବାଭାବିକ ହେବାକୁ ଯାଉଛି। ଲୁଫଥାନ୍ସା, ଇଣ୍ଡିଗୋ, ସ୍ବିସ୍ ଓ ସିଙ୍ଗାପୁର ଏୟାରଲାଇନ୍ସ ଭଳି ସଂସ୍ଥା ବିମାନ ଉଡ଼ାଣ ସଂଖ୍ୟା ବଢ଼ାଇବାକୁ ଯୋଜନା ରଖିଛନ୍ତି।
ବିମାନ ଟିକଟ ୪୦% ଶସ୍ତା ହେବ
/sambad/media/post_attachments/wp-content/uploads/2022/02/ai-flight.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)