ବିମାନଯାତ୍ରୀଙ୍କ ପାଇଁ ବୁକିଂ ଆରମ୍ଭ କଲେ ଏୟାରଲାଇନ୍ସ

ନୂଆଦିଲ୍ଲୀ: ସରକାର ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ସମୟରେ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇ ନାହିଁ। ତେବେ ଜୁନ୍‌ରୁ ବିମାନ ଚଳାଚଳ ‌ଆରମ୍ଭ ହେବା ଆଶାରେ କେତେକ ଏୟାରଲାଇନ୍ସ ବିମାନ ଟିକଟ ବୁକିଂ ଆରମ୍ଭ କରିଦେଇଛନ୍ତି ବୋଲି ଏକ ସୂତ୍ରରୁ ଜଣାଯାଇଛି। ଇଣ୍ଡିଗୋ ଓ ଭିସ୍ତାରା ଦେଶ ଭିତରେ ବିମାନ ଯାତ୍ରା ପାଇଁ ଟିକଟ ବୁକିଂ ଆରମ୍ଭ କରିଛନ୍ତି। ତେବେ ଇଣ୍ଡିଗୋ, ଭିସ୍ତାରା ଓ ଗୋଏୟାର ପକ୍ଷରୁ ଟିକଟ ବୁକିଂ ସମ୍ପର୍କରେ ବିଧିବଦ୍ଧ ଭାବେ କିଛି କୁହାଯାଇନାହିଁ। ପୂର୍ବରୁ ଏୟାର ଇଣ୍ଡିଆ କହିଥିଲା, କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଆସିବା ପରେ ଘରୋଇ ବିମାନ ସେବା ଆରମ୍ଭ ହେବ। ତେଣୁ ବେସାମରିକ ବିମାନ ଚଳାଚଳ ମନ୍ତାଳୟର ଟ୍ବିଟର ହ୍ୟାଣ୍ଡେଲ ଓ କମ୍ପାନିର ୱେବସାଇଟ୍‌ ଉପରେ ନଜର ରଖିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର