ନୂଆଦିଲ୍ଲୀ: ଟ୍ରେନ୍ର ବଗିଗୁଡ଼ିକରେ ଲାଗିଥିବା ଅଢ଼େଇ ଲକ୍ଷ ଶୌଚାଳୟକୁ ରେଳବାଇ ବଦଳାଇ ଦେବ। ସେଗୁଡ଼ିକ ସ୍ଥାନରେ ବିମାନରେ ବ୍ୟବହାର କରାଯାଉଥିବା ବାୟୋ-ଭାକ୍ୟୁମ୍ ଶୌଚାଳୟ ବ୍ୟବହାର କରାଯିବ। ବିମାନ କ୍ଷେତ୍ର ସହିତ ପ୍ରତିଯୋଗିତାରେ ଆଗରେ ରହିବା ପାଇଁ ରେଳବାଇ ପକ୍ଷରୁ ଅନେକ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହାର ଅଂଶ ସ୍ୱରୂପ ଟ୍ରେନ୍ଗୁଡ଼ିକରେ ବିମାନ ଭଳି ଶୌଚାଳୟ ଲଗାଯିବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ୫୦୦ ବାୟୋ-ଭାକ୍ୟୁମ୍ ଶୌଚାଳୟ ପାଇଁ ବରାଦ ଦିଆଯାଇଛି। ପ୍ରଥମେ ପରୀକ୍ଷାମୂଳକ ଭାବେ ସେଗୁଡ଼ିକ ବ୍ୟବହାର କରାଯିବ। ପରୀକ୍ଷଣ ସଫଳ ହେଲେ ସବୁ ବଗିରେ ସେହି ଶୌଚାଳୟକୁ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି। ପ୍ରତି ବାୟୋ-ଭାକ୍ୟୁମ୍ ଶୌଚାଳୟର ମୂଲ୍ୟ ଅଢ଼େଇ ଲକ୍ଷ ଟଙ୍କା ରହିବ। ଏହା ଦୁର୍ଗନ୍ଧ ମୁକ୍ତ ଓ ଏଥିରେ ପାଣି ବ୍ୟବହାର ୨୦ ଗୁଣ କମିଯିବ।
ଏବେ କିଛି ଟ୍ରେନ୍ରେ ବାୟୋ-ଶୌଚାଳୟ ଲଗାଯାଉଛି। ପ୍ରତି ଶୌଚାଳୟର ମୂଲ୍ୟ ଲକ୍ଷେ ଟଙ୍କା ରହୁଛି। ବାୟୋ-ଭାକ୍ୟୁମ୍ ଶୌଚାଳୟ ଏହାଠାରୁ ଭିନ୍ନ ରହିବ। ପାଇଁ ରେଳବାଇ ଲକ୍ଷେ ଟଙ୍କା ଖର୍ଚ କରୁଛି। ବର୍ତ୍ତମାନ ସୁଦ୍ଧା ୩୭,୪୧୧ଟି ବଗିରେ ବାୟୋ-ଶୌଚାଳୟ ବ୍ୟବହାର କରାଯାଇଛି। ୨୦୧୯ ସୁଦ୍ଧା ସବୁ ବଗିରେ ଏଭଳି ଶୌଚାଳୟ ଦେଖିବାକୁ ମିଳିବ। ଏ ବାବଦରେ ୨୫୦ କୋଟି ଟଙ୍କା ଖର୍ଚ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/train-toilet.jpg)