ନୂଆଦିଲ୍ଲୀ: ଟେଲିକମ କମ୍ପାନି ଭାରତୀ ଏୟାରଟେଲ ତାର ୩ଜି ସେବା ଆଗାମୀ କିଛି ବର୍ଷରେ ବନ୍ଦ କରିବା ପାଇଁ ଯୋଜନା କରୁଛି ।ଏୟାରଟେଲର ଭାରତ ଓ ଦକ୍ଷିଣ ଏସିଆର ଏମଡ଼ି ଓ ସିଇଓ ଗୋପାଲ ବିଟ୍ଟଲଙ୍କ କହିବା ଅନୁସାରେ, ସେମାନେ ୩ଜି ଉପରେ ଟଙ୍କା ନିବେଶ କରିବା ବନ୍ଦ କରି ଦେଇଛନ୍ତି । ଏମିତିରେ ୩ ଜିରେ ଖାଲି ହୋଇଥିବା ସ୍ପେକ୍ଟ୍ରମର ବ୍ୟବହାର ଏବେ ବନ୍ଦ କରି ଦିଆଯାଇଛି ଏବଂ ଏହି ଖାଲି ଥିବା ସ୍ପେକ୍ଟ୍ରମକୁ ୪ଜିରେ ବ୍ୟବହାର କରାଯିବ ।
ସୂଚନାଯୋଗ୍ୟ, ଜୁଲାଇରୁ ସେପ୍ଟେଟର ମଧ୍ୟରେ କମ୍ପାନିର ଡାଟା କଷ୍ଟମର ୪ ଗୁଣା ଅଧିକ ବଢ଼ିଛନ୍ତି । ଏହାଦ୍ୱାରା ମୋବାଇଲ ବ୍ରଡବ୍ୟାଣ୍ଡ ଗ୍ରାହକ ସଂଖ୍ୟା ୩୩.୬ ପ୍ରତିଶତରୁ ୫.୫୨ କୋଟି ହୋଇଯାଇଛନ୍ତି । ଆଗାମୀ ୩ରୁ ୪ ବର୍ଷ ମଧ୍ୟରେ ୩ଜି ନେଟୱାର୍କ ବନ୍ଦ ହୋଇପାରେ ! ଭାରତରେ ବିକ୍ରି ହେଉଥିବା ପାଖାପାଖି ୫୦ ପ୍ରତିଶତ ମୋବାଇଲ ଫୋନ୍ ଫିଚର ଫୋନ ଅଟେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/airtel-office-checks-bharti-mobile-building-gurugram_42833226-d1cd-11e6-a11a-def9b3756538.jpg)