ଓଡ଼ିଶାର ୨୯ ସହରରେ ଏୟାରଟେଲ୍ ୫ଜି

ନୂଆଦିଲ୍ଲୀ : ଓଡ଼ିଶାର ୨୯ଟି ସହର ସମେତ ଦେଶର ୫୦୦ ସହରରେ ଏୟାରଟେଲ୍‌ର ୫ଜି ସେବା ପହଞ୍ଚିଛି। ଓଡ଼ିଶାର କେନ୍ଦ୍ରାପଡ଼ା, ଯାଜପୁର ରୋଡ୍, ବଲାଙ୍ଗୀର, ତାଳଚେର, ଭୁବନେଶ୍ବର, କଟକ, ରାଉରକେଲା, ପୁରୀ, ଅନୁଗୁଳ, ସମ୍ବଲପୁର, ବାଲେଶ୍ବର, ବ୍ରହ୍ମପୁର, ଭବାନୀପାଟଣା, ଢେଙ୍କାନାଳ, ଝାରସୁଗୁଡ଼ା, ପାରାଦୀପ, ବରଗଡ଼, ଭଦ୍ରକ, ବାରିପଦା, ଖୋର୍ଦ୍ଧା, ମାଲକାନଗିରି, ଭଞ୍ଜନଗର, ଯାଜପୁର ଟାଉନ୍‌, ନୂଆପଡ଼ା, ଜଗତସିଂହପୁର, ଜୟପୁର, ନବରଙ୍ଗପୁର, ପଟାମୁଣ୍ଡାଇ ଓ ସୋନପୁରରେ ଏୟାରଟେଲ୍‌ ୫ଜି ସେବା ପହଞ୍ଚିଛି।

ଏହି ଅବସରରେ କଂପାନିର ସିଟଇଓ ରଣଦୀପ ‌ସେଖନ କହିଛନ୍ତି ଯେ ୨୦୨୨ରେ ଏୟାର‌ଟେଲ୍‌ ଏହାର ୫ଜି ସେବା ଆରମ୍ଭ କରିଥିଲା। ଏବେ ତାହା ୫୦୦ ସହରରେ ପହଞ୍ଚିଛି। ପ୍ରତିଦିନ ୩୦ରୁ ୪୦ଟି ନୂଆ ସହରରେ ଏହି ସେବା ଆରମ୍ଭ କରାଯାଉଛି। ୨୦୨୩ ସେପ୍ଟେମ୍ବର ସୁଦ୍ଧା ଦେଶର ସବୁ ସହରାଞ୍ଚଳରେ ଏୟାରଟେଲ୍‌ ୫ଜି ପହଞ୍ଚିବ ବୋଲି ସେ କହିଛନ୍ତି। କଂପାନି ଏହାର ଗ୍ରାହକଙ୍କ ପାଇଁ ଅସୀମିତ ୫ଜି ଡାଟା ମଧ୍ୟ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର