ସେୟାର ବିକି ୫ଜି ପାଇଁ ପାଣ୍ଠି ଜୁଟାଇବ ଏୟାରଟେଲ୍‌

ନୂଆଦିଲ୍ଲୀ : ଭାରତୀ ଏୟାରଟେଲ୍ ୫ଜି ଦୌଡ଼ରେ ଆଗରେ ରହିବା ଲାଗି ଏବେ ଠାରୁ ନିଜକୁ ପ୍ରସ୍ତୁତ କରୁଛି। କଂପାନି ସେୟାର ବିକ୍ରି କରି ୨୧ ହଜାର କୋଟି ଟଙ୍କା ଜୁଟାଇବା ଲାଗି ଯୋଜନା ରଖିଛି। ଏୟାରଟେଲ୍‌ ନିଜ ଅଂଶୀଦାରମାନଙ୍କୁ ସେୟାର ବିକିବ। ଏଥିରେ ଭାରତୀ ଗ୍ରୁପ୍‌ର ପ୍ରତିଷ୍ଠାତା ସୁନୀଲ ମିତ୍ତଲ ଓ ପ୍ରତିଷ୍ଠାତା ଗ୍ରୁପ୍‌ ସଦସ୍ୟମାନେ ମଧ୍ୟ ଅଂଶଗ୍ରହଣ କରିବେ। କଂପାନି ୧୦ ପ୍ରତିଶତ ରିହାତି ସହ ‌ପ୍ରତି ସେୟାରକୁ ୫୩୫ ଟଙ୍କାରେ ବିକ୍ରି କରିବ। କଂପାନିରେ ଥିବା ପ୍ରତି ୧୪ ସେୟାର ବଦଳରେ ଅଂଶଧନକାରୀମାନେ ଗୋଟିଏ ସେୟାର କିଣିପାରିବେ। ସେହି ହିସାବରେ ଅଂଶଧନକାରୀ ନିଜ ଇଛା ଅନୁସାରେ ସେୟାର କିଣିବେ। ଏୟାରଟେଲ୍‌ ୨୫.୨ କୋଟି ଗ୍ରାହକଙ୍କୁ ନେଇ ଭାରତ ଦ୍ବିତୀୟ ବଡ଼ ଟେଲିକମ୍ କଂପାନି ହୋଇ ରହିଛି।

ସମ୍ବନ୍ଧିତ ଖବର