ଏୟାରଟେଲର ଆକର୍ଷଣୀୟ ୫୯ ଟଙ୍କିଆ ପ୍ଲାନ !

ନୂଆଦିଲ୍ଲୀ: ଏୟାରଟେଲ ପକ୍ଷରୁ ନିଜର ଏଣ୍ଟ୍ରିଲେବଲ ୫୯ ପ୍ଲାନକୁ ଆହୁରି ଆକର୍ଷଣୀୟ କରାଯାଇଛି । ଏବେ ଗ୍ରାହକମାନେ ୫୯ ଟଙ୍କାର ପ୍ଲାନ ପକାଇ ୨୭ ଦିନ ପାଇଁ ଅନଲିମିଟେଡ୍‌ ଭଏସ କଲ, ଫ୍ରି ରୋମିଂ, ୫୦୦ ଏମବି ୪ଜି ଡାଟା ପାଇପାରିବେ । ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ପ୍ଲାନ ଏବେ କେବଳ କୋଲକତା ସର୍କଲରେ ଆରମ୍ଭ କରାଯାଇଛି । ପରବର୍ତ୍ତି କାଳରେ ଏହାକୁ ଅନ୍ୟ ସର୍କଲରେ ବି ଆରମ୍ଭ କରିବାକୁ କମ୍ପାନି ଯୋଜନା କରୁଥିବା ଜଣାଯାଇଛି ।

ଏବେ ଅନ୍ୟ ସବୁ ସର୍କଲରେ ପ୍ରଚଳିତ ଏୟାରଟେଲ ୫୯ ପ୍ଲାନ ଅନୁସାରେ ମାତ୍ର ୭ ଦିନର ଭାଲିଡିଟି ପାଇଁ ୫୦୦ ଏମବି ଡାଟା, ଅନଲିମିଡେଟ ଭଏସ କଲ ଓ ଦିନକୁ ୧୦୦ ଏସଏମଏସ ପ୍ରଦାନ କରାଯାଉଛି । କିନ୍ତୁ ନୂଆ ୫୯ ପ୍ଲାନଟି ଲାଗୁ ହେଲେ ତାହା ଏକ ଅତି ଆକର୍ଷଣୀୟ ପ୍ଲାନରେ ପରିଗଣିତ ହେବ । ଏପରିକି ରିଲାଏନ୍ସ ଜିଓ ମଧ୍ୟ ଏତେ ଆକର୍ଷଣୀୟ ତାରିଫ ପ୍ଲାନ ପ୍ରଦାନ କରୁ ନାହିଁ ।

ବିଗତ କିଛି ଦିନ ଧରି ଏୟାରଟେଲ ନିର୍ଦ୍ଦିଷ୍ଟ କେତେକ ସର୍କଲ ପାଇଁ ବେଶ ଆକର୍ଷଣୀୟ ପ୍ଲାନ ଛାଡୁଛି । ଏହା ପୂର୍ବରୁ ପଂଜାବ ସର୍କଲ ପାଇଁ ଏୟାରଟେଲ ୧୯୩ ଟଙ୍କା ପ୍ଲାନ ଘୋଷଣା କରିଥିଲା । ଗତକାଲି ଏୟାରଟେଲ ପୋଷ୍ଟପେଡ୍‌ ଗ୍ରାହକଙ୍କ ପାଇଁ ବର୍ଷକ ପାଇଁ ଆମାଜନ ପ୍ରାଇମ ମେମ୍ବରସିପ ଘୋଷଣା କରିଥିଲା ।

ସମ୍ବନ୍ଧିତ ଖବର