ଏୟାରଟେଲ ପକ୍ଷରୁ ଗ୍ରାମାଞ୍ଚଳରେ ୫ଜି ପରୀକ୍ଷଣ

ଭୁବନେଶ୍ୱର: ଏୟାରଟେଲ ଏବଂ ଏରିକ୍ସନ ପକ୍ଷରୁ ଏକ ଗ୍ରାମୀଣ ଅଂଚଳରେ ଭାରତର ପ୍ରଥମ ୫ଜି ନେଟୱର୍କର ପରୀକ୍ଷଣ କରାଯାଇଛି । ଟେଲିକମ ବିଭାଗ ଦ୍ୱାରା ଏୟାରଟେଲକୁ ଦିଆଯାଇଥିବା ୫ଜି ପରୀକ୍ଷଣ ସ୍ପେକ୍ଟ୍ରମର ବ୍ୟବହାର କରି ଦିଲ୍ଲୀ/ ଏନସିଆର ଉପକଣ୍ଠରେ ଥିବା ଭାଇପୁର ବ୍ରମାନନ୍ ଗ୍ରାମରେ ଏହି ପରୀକ୍ଷଣ କରାଯାଇଛି । ଉନ୍ନତ ମୋବାଇଲ ବ୍ରଡବ୍ୟାଣ୍ଡ(ଇଏମବିବି) ଏବଂ ଫିକ୍ସଡ ୱାୟରଲେସ ଆକସେସ୍ (ଏଫଡବ୍ଲୁଏ) ସେବା ଭଳି ସମାଧାନ ମାଧ୍ୟମରେ ହାଇ ସ୍ପିଡ ବ୍ରଡବ୍ୟାଣ୍ଡର ପହଞ୍ଚକୁ ସକ୍ଷମ କରି ଡିଜିଟାଲ ବିଭାଜନକୁ ଦୂର କରିବା ଦିଗରେ ୫ଜି ଦ୍ୱାରା ପ୍ରଦତ ବୃହତ ସମ୍ଭାବନାକୁ ଏହି ପରୀକ୍ଷଣରେ ଦର୍ଶାଯାଇଛି ।

ଏହି ପରୀକ୍ଷଣର ମୁଖ୍ୟ ଆକର୍ଷଣ ଥିଲା ସାଇଟ ଠାରୁ ୧୦ କିମି.ରୁ ଅଧିକ ଦୂରରେ ୩ଜିପିପି-କମ୍ପ୍ଲିଆଣ୍ଟ ୫ଜି ଏଫଡବ୍ଲୁଏ ଡିଭାଇସ ଉପରେ ୨୦୦ଏମବିପିଏସରୁ ଅଧିକ ଥ୍ରୋପୁଟର ପ୍ରଦର୍ଶନ କରିବା । ଏହା ପ୍ରାୟ ୨୦କିମିର ଏକ ଇଣ୍ଟର-ସାଇଟ(ଦୁଇଟି ୫ଜି ସାଇଟ ମଧ୍ୟରେ) କଭରେଜକୁ ଅନୁବାଦିତ ହୋଇଛି, ଯାହାଦ୍ୱାରା ଦୂରଦୂରାନ୍ତ ସ୍ଥାନଗୁଡ଼ିକରେ ମଧ୍ୟ ହାଇ ସ୍ପିଡ ବ୍ରଡବ୍ୟାଣ୍ଡ କଭରେଜ ଯୋଗାଇଦେବାର କ୍ଷମତା ପ୍ରଦାନ କରୁଛି । ଏହି ପରୀକ୍ଷଣର ଅଂଶ ଭାବେ ଏକ ବ୍ୟବସାୟୀକ ଭାବେ ଉପଲବ୍ଧ ୩ଜିପିପି ଆଧାରିତ ୫ଜି ସ୍ମାର୍ଟଫୋନ ଏହି ୫ଜି ପରୀକ୍ଷଣ ନେଟୱର୍କ ସହିତ ସଂଯୁକ୍ତ ହୋଇପାରିଥିଲା ଏବଂ ସାଇଟ ଠାରୁ ୧୦ କିମିରୁ ଅଧିକ ଦୁରରୁ ୧୦୦ରୁ ଅଧିକ ଏମବିପିଏସ ସ୍ପିଡ ରେକର୍ଡ କରିଥିଲା । ଏହି ୫ଜି ସାଇଟ ଭିତିଭୂମି ଏରିକ୍ସନର ୩ଜିପିପି-କମ୍ପ୍ଲିଆଂଟ ୫ଜି ରେଡିଓ ଦ୍ୱାରା ଚାଳିତ । ୩୫୦୦ମେଗାହଜ ବ୍ୟାଣ୍ଡ ଏବଂ ବିଦ୍ୟମାନ ଏଫଡିଡି ସ୍ପେକ୍ଟ୍ରମ ବ୍ୟାଣ୍ଡରେ ଆବଣ୍ଟିତ ମିଡ-ବ୍ୟାଣ୍ଡ ଟ୍ରାଏଲ ସ୍ପେକ୍ଟ୍ରମର ବ୍ୟବହାର କରି ଏହି ପରୀକ୍ଷଣ କରାଯାଇଛି ।

ସମ୍ବନ୍ଧିତ ଖବର