ନୂଆଦିଲ୍ଲୀ: ଟେଲିକମ କମ୍ପାନୀଙ୍କ ମଧ୍ୟରେ ଟେଲିକମ ଯୁଦ୍ଧ ଥମିବାର ନାମ ନେଉନାହିଁ | ଏବେ ବିଏସଏନଏଲ ଓ ଏୟାରଟେଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି | ବିଏସଏନଏନଏଲ ଦୂରସଂଚାର ବିଭାଗକୁ ଚିଠି ଲେଖି ଆପତ୍ତି ଜଣାଇଛି | ଅଭିଯୋଗ ପତ୍ରରେ କୁହାଯାଇଛି ଯେ ଭାରତୀ ଏୟାରଟେଲ ବିଏସଏନଏଲର କଲକୁ କାଟିଦେବାର ଧମକ ଦେଉଛି | ଚିଠିରେ କୁହାଯାଇଛି ଯେ ଏୟାରଟେଲ ଓ ଟାଟା ଟେଲିକମ ସର୍ଭିସେସ ବିଏସଏନଏଲର ଗ୍ରାହକଙ୍କ କଲକୁ ନିଜ ନେଟୱାର୍କରେ ଡ଼ିସକନେକଟ କରିଦେବାର ଧମକ ଦେଇଛି |

Advertisment

publive-image

ଟେଲିକମ ବିଭାଗ ପକ୍ଷରୁ ଭାରତୀ ଏୟାରଟେଲ ଓ ଭାରତୀ ହେକସଗାନ ସହ ଟାଟା ଟେଲି ସର୍ଭିସେସର ମୋବିଲିଟି ବ୍ୟବସାୟରୁ ହୋଇଥିବା ମର୍ଜରକୁ ନିଜ ରେକର୍ଡରେ ସାମିଲ କରିନାହିଁ | ନଭେମ୍ବର ୨୧ ତାରିଖରେ ଜାରି କରାଯାଇଥିବା ଚିଠିରେ ଦର୍ଶାଯାଇଥିଲା ଯେ ଏୟାରଟେଲ ପକ୍ଷରୁ କୁହାଯାଇଥିଲା ଯେ ବିଏସଏନଏଲ ଗ୍ରାହକଙ୍କ ଫୋନ କଟାଗଲେ ତାହା ପାଇଁ ଦାୟୀ ରହିବ ନାହିଁ |

ଏଥିପାଇଁ କେବଳ ବିଏସଏନଏଲ ହିଁ ଦାୟୀ ରହିବ | ଏଠାରେ ସୂଚନା ଥାଉ କି ଟେଲିକମ ବିଭାଗ ଏହି ମାସରେ ଏୟାରଟେଲ-ଟାଟା ଟେଲି ସର୍ଭିସେସ ମଧ୍ୟରେ ଡ଼ିଲ କ୍ଲିୟରାନ୍ସ ପାଇଁ ମିଳୁଥିବା ନିଷ୍ପତ୍ତିକୁ ନେଇ ସୁପ୍ରିମକୋର୍ଟରେ କଡା ମନୋଭାବ ପୋଷଣ କରିଥିଲା | ଟେଲିକମ ବିଭାଗ ଏହି ଦୁଇ କମ୍ପାନୀଙ୍କ ଉପରେ ୮ ହଜାର କୋଟି ଟଙ୍କାର ସ୍ପେକ୍ଟରମ ଚାର୍ଜ ନେଇ ଦାବି କରିଥିଲା |